ଓଡ଼ିଆ ସଂସ୍କୃତିର ନିଆରା ଜହ୍ନି ଓଷା।

ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଜହ୍ନି ଓଷା ଓଡ଼ିଶାରେ ପାଳିତ ହେଉଥିବା ପର୍ବ ମନଙ୍କ ମଧ୍ୟରୁ ଅନ୍ୟତମ। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ ।

ଏହି ଓଷା କୁମାରୀମାନଙ୍କଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ଉଦ୍‌ଯାପନ ହୁଏ । ମାସସାରା ପ୍ରତି ଅପରାହ୍ନରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି । 

ଏଥିରେ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି । ଗୀତ ବୋଲି, ହୁଳହୁଳି ଦେଇ ଝିଅ ମାନେ ସନ୍ଧ୍ୟା ସମୟରେ ଏହି ପୂଜା କରନ୍ତି। ଝିଅମାନେ ଚଉରାମୂଳରେ ଜହ୍ନିଫୁଲ ତଥା ଅନ୍ୟାନ୍ୟ ଫୁଲରେ କୋଠି ତିଆରି କରି କଳସ ସ୍ଥାପନା କରନ୍ତି ଏବଂ ଜହ୍ନିଓଷା ବହି ପଢ଼ି ପୂଜା କରନ୍ତି।

ଗୀତ ଗାଇ ଗାଇ ବୃନ୍ଦାବତୀଙ୍କୁ ଜହ୍ନି ଫୁଲର ଆଞ୍ଜୁଳି ଦିଅନ୍ତି । କୁଷ୍ଠ ରୋଗରୁ ମୁକ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜହ୍ନିଓଷା କରାଯିବାର କଥିତ ଅଛି । ମାସସାରା ଓଷା ନକରିପାରିଲେ କୁମାର ପୂର୍ଣ୍ଣିମା ପୂର୍ବରୁ ୧୫ଦିନ ଅଥବା ୫ଦିନ ମଧ୍ୟ ଏହି ଓଷା କରାଯାଏ ।

Leave a Reply

Your email address will not be published. Required fields are marked *