କଟକ15/01/2024: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରେ ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଅନେକ ବର୍ଷର ଏକକ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ମୁକାବିଲା କରିବା ଉଭୟେ ବିଜେପି ଓ କଂଗ୍ରେସ ଦଳ ପାଇଁ ଅସମ୍ଭବ ହୋଇଥିବା ବେଳେ, ଏକମ୍ ସନାତନ ଭାରତ ଦଳ’ ନାମରେ ଆଉ ଏକ ରାଜନୈତିକ ଦଳ ଓଡ଼ିଶାରେ ପାଦ ଥାପିଛି। କଟକ ପାନ୍ଥନିବାସ ପରିସର ରେ ଅନୁଷ୍ଠିତ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଦଳ ତାର ଉପସ୍ଥିତ ଜାହିର କରିବା ସହ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆଗାମୀ ସାଧାରଣ ନିର୍ବାଚନରେ ଦଳ ପ୍ରାର୍ଥୀ ଦେବା ସହ କେବଳ ହିନ୍ଦୁ ହିତ ପାଇଁ କାମ କରିବା ବୋଲି ଦଳ ସ୍ପଷ୍ଟ କରିଛି। କ୍ଷମତାକୁ ଆସିଲେ ଏକମ୍ ସନାତନ ଭାରତ ଦଳ’ କ୍ଷମତାକୁ ଆସିଲେ ମଠ ମନ୍ଦିର କୁ ସରକାରୀ ନିୟନ୍ତ୍ରଣ ମୁକ୍ତ, ଗୋ ହତ୍ୟା ନିଷେଧ, ଧର୍ମାନ୍ତରୀକରଣ ନିଷେଧ ଇତ୍ୟାଦି ବିଭିନ୍ନ ହିନ୍ଦୁ ହିତେଷୀ କାର୍ଯ୍ୟ କୁ ଗୁରୁତ୍ୱ ଦେବ ବୋଲି ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ରାଜେସ କୁମାର ପଣ୍ଡା, ପ୍ରଦେଶ ମହାସଚିବ ମାଧୁରୀ ବୋଷ, ସଂଗଠନ ମହାସଚିବ ଶ୍ରୀ ମନୀଷ ହିନ୍ଦୋଚା ତଥା ବରିଷ୍ଠ ନାଗରିକ ମଞ୍ଚର ସଚିବ ଶ୍ରୀ ପ୍ରିୟଦର୍ଶୀ ସତପଥି ପ୍ରମୁଖ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।