ଫୋକସ ପ୍ଲସ 5/6/22(ଉଦଳା): ସରକାରଙ୍କ ଭୋଟ୍ ବ୍ୟାଙ୍କ ହେଉଛି ମୁକ୍ତା ଯୋଜନା
ଓଡ଼ିଶା ସରକାରଙ୍କ ଦ୍ବାରା ଋଣ କରି ଘିଅ ଖାଇବା ନିତି ପାଇଁ କିଛିବର୍ଷ ମଧ୍ୟରେ ଓଡ଼ିଶା ଏକ କାଙ୍ଗାଳ୍ ରାଜ୍ୟ ଭାବେ ପରିଗଣିତ ହେବ ।ଓଡ଼ିଶା ସରକାରଙ୍କ କିଛି ଯୋଜନା ବାସ୍ତବରେ ଲୋକଙ୍କ ହିତରେ ଲାଗୁଥିବା ବେଳେ ଏପରି କିଛି ଯୋଜନା କରାଯାଇଛି ଓଡ଼ିଶା ବାସୀ ଏଥିରୁ ସୁଫଳ ପାଇବା ପରିବର୍ତ୍ତେ ପରିବେଶ ନଷ୍ଟ ହେବା ସହିତ ଋଣଭାର ବଢ଼ିଚାଲିଛି । ସରକାରଙ୍କ ଦ୍ବାରା ମୁକ୍ତା ଯୋଜନା ପାଇଁ କୋଟିକୋଟି ଟଙ୍କା ବ୍ୟୟ କରାଯାଇ ସଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ଜଳସ୍ତର ବୃଦ୍ଧି କରାଇବା ନାମରେ ଖର୍ଚ୍ଚ ଚାଲିଛି । ପ୍ରଥମରେ ମାତ୍ର କିଛି ସଂୟ ସହାୟକ ଗୋଷ୍ଠୀ ଏହି ଅର୍ଥ ମାଧ୍ୟମରେ ଉପକୃତ ହେଉଥିବାବେଳେ ଋଣଭାର ସାରା ରାଜ୍ୟବାସୀଙ୍କ ମୁଣ୍ଡରେ ବଢ଼ିଚାଲିଛି । ଦ୍ବିତୀୟ ରେ ରାସ୍ତା ପାର୍ଶ୍ବ ଠାରୁ ଆରମ୍ଭ କରି ଯେଉଁ ସ୍ଥାନ ଛୋଟ ଛୋଟ ଗଛ କଟାଯାଇ ସେଠାରେ ଏହି ମୁକ୍ତା ଯୋଜନା ର କଂକ୍ରିଟ କରି ଦିଆଯାଇଛି । ସରକାର ଏହି ଯୋଜନା ଦ୍ୱାରା ଭୋଟ ବ୍ୟାଙ୍କ୍ ତିଆରି କରିବା ପରିବର୍ତ୍ତେ ରାଜ୍ୟରେ ବହି ଯାଉଥିବା ଛୋଟ ଛୋଟ ନାଳ, ଝରଣା ଓ ନଦୀମାନଙ୍କରେ ଜଳ ସଂରକ୍ଷଣ ପ୍ରକଳ୍ପ କରାଗଲେ ରାଜ୍ୟର ବିକାଶ ସହିତ ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ପାରନ୍ତା ।