ଓଡ଼ିଶା ଡ୍ରାଇଭର ଦିବସ ପାଳିତ

ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୨/୦୯/୨୦୨୨: ଆଜି ହେଉଛି ଡ୍ରାଇଭର ଦିବସ ମାଲ୍ ପରିବହନ ହେଉ କୁ ଯାତ୍ରୀ ସବୁଥିରେ ଡ୍ରାଇଭର ଙ୍କ ଭୂମିକା ବେଶ୍ ଗୁରୁତପୂର୍ଣ୍ଣ । ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର ଏକତା ଓ ନିଜର ଦାବିକୁ କୁ ନେଇ ରାଜ୍ୟ ସରକାରଙ୍କ ପାଖରେ ଜାହିର କରିଛନ୍ତି । ନିଜର ଦୁଃଖ ସରକାରଙ୍କ ନିକଟରେ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସରକାର କିଛିବି ପଦକ୍ଷେପ ନେଉନାହାନ୍ତି । ଆଜି ଡ୍ରାଇଭର ଦିବସ ଉପଲକ୍ଷେ ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଡ୍ରାଇଭର ମହାସଂଘ ତରଫରୁ ପ୍ରଥମେ ବିଚଣା ଠାରୁ ମହମୁଦା ପର୍ଯ୍ୟନ୍ତ ଏକ ବାଇକ୍ ରାଲି କରିବା ସହିତ ସଚେତନ ବାର୍ତ୍ତା କାର୍ଯ୍ୟକ୍ରମ କରିଥିଲେ ଏଥିରେ ଗରଦପୁର ବ୍ଲକ୍ ର ବିଭିନ୍ନ ପଞ୍ଚାୟତର ସଦସ୍ୟ ମାନେ ଉପସ୍ଥିତ ରହି ଏକ ସଭାକାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ସମ୍ମାନିତ କରିଥିଲେ । ଯଦି ସରକାର ଡ୍ରାଇଭର ଙ୍କ ଦାବି ନସୁଣନ୍ତି ତେବେ ଆଗାମୀ ଦିନରେ ଷ୍ଟେରିଂ ଛାଡ ଆନ୍ଦୋଳନ କରିବେ ବୋଲି ସିଧାସଳଖ ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ ।

 

କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *