ଓଡ଼ିଶା ର ଦ୍ଵିତୀୟ ଅର୍କ କ୍ଷେତ୍ର ବା ଦ୍ୱିତୀୟ କୋଣାର୍କ ଭାବେ ବେସ ପରିଚିତ ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିର l

ଗଞ୍ଜାମ22/11/2023; ସୂର୍ଯ୍ୟ ମନ୍ଦିର କହିଲେ ପ୍ରଥମେ ଆମ ମାନଙ୍କ ମନକୁ ଆସେ କୋଣାର୍କର ସୂର୍ଯ୍ୟ ମନ୍ଦିର | କିନ୍ତୁ ଆଜି ଆମେ ଆପଣକୁ ଦେଖାଇବୁ ଦ୍ଵିତୀୟ ଅର୍କ କ୍ଷେତ୍ର ବା ଦ୍ଵିତୀୟ ସୂର୍ଯ୍ୟ ମନ୍ଦିର | ଓଡ଼ିଶାର ଗଞ୍ଜା ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ ରହିଛି ବିରଞ୍ଚି ନାରାୟଣ ମନ୍ଦିର | ଯାହାକି ବିରଞ୍ଚି ନାରାୟଣଙ୍କ ବାସସ୍ଥାନ ବା କାଷ୍ଟ କୋଣାର୍କ ଭାବରେ ବେଶ ଜଣାଶୁଣା | ଏହା ହେଉଛି ଏକ ହିନ୍ଦୁ ମନ୍ଦିର | ଏହି ମନ୍ଦିରକୁ ଓଡ଼ିଶାର ଦ୍ଵିତୀୟ କୋଣାର୍କ ମଧ୍ୟ କୁହାଯାଏ | ୧୮୨୨ ମସିହାରେ ଭଞ୍ଜରାଜା ଏହି ମନ୍ଦିରକୁ ପ୍ରତିଷ୍ଠା କରିଥିଲେ | ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ କାଠ ରେ ନିର୍ମିତ ୪୬ ଗୋଟି ସ୍ତମ୍ବ ଉପରେ ଏହି ମନ୍ଦିର ତିଆରି ହୋଇଛି | ମନ୍ଦିର କାନ୍ଥରେ ଆକସଣୀୟ ଚିତ୍ର ମଧ୍ୟ ଚିତ୍ରିତ ହୋଇଛି | କୋଣାର୍କ ମନ୍ଦିର ଭଳି ସାତଟି ଘୋଡା ରଥ ଟାଣିବାର ଦୃଶ୍ୟ ଅବିକଳ କୋଣାର୍କ ଭଳି ଦେଖାଯାଉଛି | ମନ୍ଦିରର ବାମପାର୍ଶ୍ୱ ରେ ଏକ ଚକ ମଧ୍ୟ ରହିଛି ଯାହା ସମୟକୁ ସୂଚାଉଛି | କୋଣାର୍କ ମନ୍ଦିର ପୂର୍ବ ଦିଗକୁ ମୁଖ ରହିଥିବା ବେଳେ ବିରଞ୍ଚି ନାରାୟଣ ପଶ୍ଚିମାମୁଖୀ ସୂର୍ଯ୍ୟ ମନ୍ଦିର | ପ୍ରତେକ ଦିନ ସୂର୍ଯ୍ୟ ଅସ୍ତର ଶେଷ କିରଣ ବିରଞ୍ଚି ନାରାୟଣଙ୍କ ପାଦଦେଶରେ ପଡିଥାଏ | ଭଞ୍ଜରାଜାଙ୍କ ଇଛା ଅନୁଯାଇ ମନ୍ଦିରରେ ମୁଖ୍ୟ ମୂର୍ତି ମଧ୍ୟ କାଠରେ ନିର୍ମିତ ହୋଇଛି | ଏହି ମନ୍ଦିରରେ ପ୍ରତେକ ରବିବାର , ସଂକ୍ରାନ୍ତି ,ମାଘ ମାସର ରଥ ସପ୍ତମୀ ଏବଂ ପୌଷ ମାସର ସାମ୍ବର ଦଶମୀ ଦିନ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ |

 

Leave a Reply

Your email address will not be published. Required fields are marked *