ଓଡ଼ିଶା ସହ ରହିଛି ପ୍ରିନ୍ସ ଚାର୍ଲସ ଙ୍କ ସମ୍ପର୍କ

ଫୋକସ ପ୍ଲସ(ବ୍ୟୁରୋ)୧୧/୦୯/୨୦୨୨: ଓଡିଶା ସହ ରହିଛି ପ୍ରିନ୍ସ ଚାର୍ଲସଙ୍କ ସମ୍ପର୍କ | ବ୍ରିଟେନର ନୂତନ ରାଜା ରାଣୀ ଏଲିଜଵେଥଙ୍କ ପୁତ୍ର ପ୍ରିନ୍ସ ଚାର୍ଲସ | ୧୯୮୦ ମସିହା ଡିସେମ୍ବର ୪ ତାରିଖ ରେ କୋଣାର୍କ ଗସ୍ତ ସମୟରେ ପୁରୀ ଜିଲ୍ଲା ନିମାପଡା ହରିପୁର ଗାଁକୁ ଗସ୍ତ କରିଥିଲେ ଯୁବରାଜ ଚାର୍ଲସ | ବିଟେନ୍ର ମହାରାଣୀ ଏଲିଜଵେଥଙ୍କ ମୃତ୍ୟୁ ପରେ ଚାର୍ଲସ ମହାରାଜା ହେବାର ଖବର ଜାଣିବା ପରେ ପୁରୀ ଜିଲ୍ଲା ହରିପୁର ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି । କାରଣ ୧୯୮୦ ମସିହାରେ ପ୍ରିନ୍ସ ଚାର୍ଲସ ଓଡିଶା ଗ୍ରସ୍ତ ସମୟରେ ଆଦର୍ଶ ଗାଁ ହରିପୁର ପରିଭ୍ରମରେ ଆସିଥିଲେ |ଓଡ଼ିଶାର ଗ୍ରାମାଞ୍ଚଳର ଚାଲି ଚଳଣିକୁ ସେ ଏହି ଗାଁରେ ବୁଲିବୁଲି ଅତି ନିକଟରୁ ଦେଖିଥିଲେ ।ଯେମିତିକି ଗାଁର ଝୋଟି ,ନଡ଼ିଆ ଗଛ ଚଢିବା,ଧାନ ଅମଳ କରିବା ଓ ଶଗଡ଼ ବଳଦ ଦେଖିବା ସହ ଗାଁ ଲୋକଙ୍କ ସହିତ ପଇଡ଼ ପିଇବା ସହ ଏହି ଗ୍ରାମରେ ପୂଜା ପାଉଥିବା ଗୋପୀନାଥ ଙ୍କୁ ଦର୍ଶନ କରିଥିଲେ । ଏବେ ରାଜା ହେବା ଶୁଣି ଦୀର୍ଘ ବର୍ଷ ପୂର୍ବର ଏହି ପୁରୁଣା ସୃତିକୁ ମନେପକାଇ ଆଜି ଗାଁ ଲୋକେ ମହାପ୍ରଭୁ ଗୋପୀନାଥ ଙ୍କ ନିକଟରେ ଦୀପ ଦାନ କରି ତାଙ୍କ ମା ଅର୍ଥାତ ମହାରାଣୀ ଏଲିଜାବେଥ ଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ପ୍ରାଥନା କରିବା ସହ ରାଜା ପ୍ରିନ୍ସ ଚାଲସଙ୍କ ଦୀର୍ଘାୟୁ କାମନା କରିଛନ୍ତ।

Leave a Reply

Your email address will not be published. Required fields are marked *