ଓଡିଶାରେ ପ୍ରଥମ ଇତିହାସ ସୃଷ୍ଟି କଲା ମାଛକୁଣ୍ଡ ପୋଲିସ

ଫୋକସ ପ୍ଲସ ୩/୬/୨୨(ଲମତାପୁଟ): ଅନେକ ସମୟରେ ବଡ ବଡ ଗଞ୍ଜେଇ ମାପିଆ ବଡ ଧରଣର ଯୋଜନା ପ୍ରସ୍ତୁତ କରି ପୋଲିସ ଠାରୁ ଖସି ଯାଇ ବଡ ସଫଳତା ଲାଭ କରୁଛନ୍ତି । ହେଲେ ଏଥର ଖସି ପାରି ନାହାନ୍ତି ବଡ ମାପିଆ ପୋଲିସ ଚକ୍ରବ୍ୟୁରୁ । ବଡ ଧରଣର ଯୋଜନା ପ୍ରସ୍ତୁତ କରି ବିଶାଖାପାଟଣାରୁ ଟ୍ରକ୍ ରେ ଲୁଣ ବର୍ତ୍ତିକରି ଆଣି ଟିକାପୁଟ ଅଞ୍ଚଳରୁ ଗଞ୍ଜେଇ ଲୋଡ କରି ଜଯପୁର ଦେଇ ଚତିଶଗଡକୁ ଚାଲାଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ । କୈ।ଣସି ସୂତ୍ରରୁ ସୂଚନା ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଧେଶ କ୍ରମେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଙ୍କ ନେତୃତ୍ଵରେ ମାଛକୁଣ୍ଡ ଥାନା ଏସ୍.ଆଇ ଡମ୍ବରୁଧର ବାତ୍ରିଆ, ଲମତାପୁଟ ପାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନୀ, ଏ.ଏସ୍.ଆଇ ସନ୍ତୋଶ ପରିଡାଙ୍କ ସହଯୋଗରେ ସ୍ଵତନ୍ତ୍ର ଟିମ ଗଠନକରି ଚକ୍ରବ୍ୟୁ ରଚି ମାଛକୁଣ୍ଡ ଥାନା ଅଧିନ ଟିକାପୁଟ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରୁ ବୁଧବାର ରାତିରେ ଲୁଣ ବଝେଇ ୧୪ ଚକିଆ ଟ୍ରକ ନଂ- ସିଜି ୦୬ ଜିଏମ୍ ୬୮୧୨ ସହ ମାପିଆଙ୍କ ଠାରୁ ତିନୋଟି ମୋବାଇଲ ଓ ତିନି ହଜାର ଟଙ୍କା ଜବତ କରିବା ସହିତ ତିନିଜଣଙ୍କୁ ଅଟକ ରଖି ଲମତାପୁଟ ପାଣ୍ଡିକୁ ଆଣିଥିଲା । ଲମତାପୁଟ ପାଣ୍ଡିରେ ଅତିରିକ୍ତ ଏସ୍.ପି ଙ୍କ ଉପସ୍ଥିତିରେ ଟ୍ରକ୍ ଖାଲି କରିବାରୁ ଟ୍ରକ ଭିତରୁ ବାହରିଥିଲା ୭୦ ବସ୍ତା ଲୁଣ ସହିତ ୨୨୩ବସ୍ତା ଗଞ୍ଜେଇ । କୋରାପୁଟ ଏସ୍.ପି , ଅତିରିକ୍ତ ଏସ୍.ପି ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା, ୨୨୩ ବସ୍ତାରେ ୫ ଟୋନ୧୮୫ କେ.ଜି. ୩୦୦ଗ୍ରାମ ଗଞ୍ଜେଇ ରହିଥିଲା ବେଳେ ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍.ପି. ବିମଳ କାନ୍ତ ବର୍ମା । ମାଛକୁଣ୍ଡ ପୋଲିସ ଷ୍ଟେସନ କେସ୍ ନଂ -57/22 u/s20(b)(ii)(c)/29 NDPS Act ଅଧିନରେ ତିନି ଗଞ୍ଜେଇ ମାପିଆ ୧-ଉତ୍ତରପ୍ରଦେଶ , ଏତା ଜିଲ୍ଲା, ବାଘବାଲା ଥାନା ଅଧିନ ସିଇପୁର ଗ୍ରାମର ୧.ଉମେଶ ବାବୁ (୩୫),ପିତା-କାମତା ପ୍ରସାଦ ,୨- ଉତ୍ତରପ୍ରଦେଶ , ପିରୋଜାବାଦ୍ ଜିଲ୍ଲା, ନାର୍କି ଥାନା ଅଧିନ ଭେନ୍ସା ବ୍ରଜପୁର ଗ୍ରାମର ସିଂପାଲ୍ (୨୫), ପିତା- ରାମ୍ ସିଂ ଓ ସ୍ଥାନିୟ ଅଞ୍ଚଳ ମାଛକୁଣ୍ଡ ଥାନା ଝୋଡିଆପୁଟ ଗ୍ରାମର ସୁଦର୍ଶନ ଲେନ୍ଦ୍ରୁ ଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଏଥିରେ ସଂମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ଗିରୋଫ କରିବା ପାଇଁ ଏସ୍.ପିଙ୍କ ଦ୍ଵାରା ଯୋଜନା ପ୍ରସ୍ତୁତ ସରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍.ପି । ଓଡିଶାରେ ପ୍ରଥମ ଥରପାଇଁ ମାଛକୁଣ୍ଡ ପୋଲିସ ବଡ ଧରଣର ସଫଳତା ଲାଭ କରିଥିବାରୁ କୋରାପୁଟ ଏସ୍.ପି ଲମତାପୁଟ ପାଣ୍ଡି ପରିଦର୍ଶନ କରି ସ୍ଥିତି ଅନୁଧ୍ୟ।ନ କରିଥିଲେ ଓ ମାଛକୁଣ୍ଡ ଥାନା ଅଧିନ ସମସ୍ତ ପୋଲିସଙ୍କୁ ସାବାସୀ ଦେବା ସହିତ ଗଞ୍ଜେଇ ଚାଲାଣ ରଖିବାକୁ ଅଧିକ ତତ୍ପର ହେବାକୁ ଉତ୍ସାହ କରିଯାଇଥିବା ଜଣାଯାଇଛି । କିନ୍ତୁ ଆଗକୁ ପୋଲିସ କେତେ ତତ୍ପର ହୋଇ ସଂମ୍ପୃକ୍ତ ଥିବା ଅନ୍ୟସବୁ ମାପିଆକୁ ଗିରୋଫ କରୁଛି ନା ତଦନ୍ତ ତଦନ୍ତ ରେ ରହିଯାଉଛି ଦେଖିବାକୁ ରହିଲା ।

Leave a Reply

Your email address will not be published. Required fields are marked *