ଓଡିଶାରେ ପ୍ରଥମ କରି ଆରମ୍ଭ ହେବକୁ ଯାଉଛି ବାୟୋକୋଲ ପ୍ରୋଜେକ୍ଟ l

ଫୋକସ ପ୍ଲସ ୨୭/୧/୨୩(କୋରାପୁଟ): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଧାମଣାହାଣ୍ଡି ପଞ୍ଚାୟତର ଶୁଣ୍ଢିଧାରଗୁଡ଼ି ଗ୍ରାମରେ MCL ମୀରା କ୍ଲିନ ଫୁଏଲ ଲିମିଟେଡ଼ ଦ୍ୱାରା ଓଡିଶାର ପ୍ରଥମ ବାୟୋକୋଲ ପ୍ରୋଜେକ୍ଟ ପାଇଁ ଭୂମି ପୂଜନ ସହ ପ୍ରସ୍ତୁତି ସରିଛି l୭୪ତମ ସାଧାରଣତନ୍ତ୍ର ଦିବସ ଏବଂ ସରସ୍ବତୀ ପୂଜା ଅବସରରେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ MCL କମ୍ପାନୀର ସିନିୟର ବୀଜନେସ ଏସୋସିଏଟ ଶ୍ରୀ ରତ୍ନ ରଞ୍ଜନ ବେହେରାଙ୍କ ତତ୍ୱାଅବଧାନରେ କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଏବଂ କୋରାପୁଟ ଜିଲ୍ଲା SDC ସଭାପତି ଶ୍ରୀ ଚନ୍ଦ୍ର ଶେଖର ମାଝୀଙ୍କ ଦ୍ୱାରା ଶୁଭଉଦଘାଟନ ହେବା ସହ ଭୂମି ପୂଜନ ହୋଇଯାଇଛି l ଏହି ପ୍ରୋଜେକ୍ଟରେ ଏଗ୍ରିକଲଚର ୱେଷ୍ଟରୁ ପ୍ରସ୍ତୁତ ହୋଇ ପାରିବ କୋଇଲା ଯାହାକି ପ୍ରଦୂଷଣ ମୁକ୍ତ ଏବଂ ଇକୋ ଫ୍ରେଣ୍ଡଲି l ନେପିଅର ଘାସକୁ ପ୍ରସେସିଂ କରି ପ୍ରସ୍ତୁତ ହେବ ପ୍ରଦୂଷଣ ମୁକ୍ତ କୋଇଲା, ଲାଭବାନ ହୋଇ ପାରିବେ ଚାଷୀ ଗୋଟିଏ ଏକର ଜମିରୁ ଉପାର୍ଜନ କରିପାରିବେ ଦୁଇଲକ୍ଷ୍ୟ ଟଙ୍କା SHG ଗୃପ ଏବଂ ବେକାର ଯୁବକ ହୋଇପାରିବେ ଆତ୍ମନିର୍ଭରଶୀଳ l ମହାରାଷ୍ଟ୍ରରୁ ଆସିବ ନେପିଅର ଘାସ ଚାରା ଏବଂ ପ୍ରତ୍ୟେକ ପାଞ୍ଚୟତରେ ଗୋଟିଏ ଲେଖାଏଁ MBP ରହିବା ସହ ପ୍ରସ୍ତୁତ ହେବ ନର୍ସରୀ ଏବଂ ତାହା ଚାଷୀଙ୍କୁ ଯୋଗେଇ ଦିଆଯିବ ଫସଲ ଅମଳ ପରେ ଚାଷୀଙ୍କ ଠାରୁ ତାହା କ୍ରୟ କରି ପ୍ରସ୍ତୁତ ହେବ କୋଇଲା l ପ୍ରlକୃତିକ କୋଇଲାରୁ ୬୦ ରୁ ୭୦% ସଲଫର ବାହାରି ପ୍ରଦୂଷଣ ହେଉଥିବା ବେଳେ ଏହି ବାୟୋକୋଲରୁ ବାହାରିବ ୦% ସଲଫର ଯାହାକି ପ୍ରଦୂଷଣ ମୁକ୍ତ ଏବଂ ପ୍ରlକୃତିକ କୋଇଲା ରୁ ଟନପିଛା ୪୦୦କେଜି ପାଉଁଶ ବାହାରୁଥିବା ବେଳେ ନେପିଏର ଗ୍ରାସ ପ୍ରସ୍ତୁତ କୋଇଲାରୁ ବାହାରିବ ୦.୨% ପାଉଁଶ l ଏହି କୋଇଲାର ବ୍ୟବହାର ଯୋଗୁ କୋଇଲାରୁ ହେଉଥିବା ପ୍ରଦୂଷଣକୁ ରୋକିବା ସହ ଚାଷୀଙ୍କ ଉନ୍ନତି ମଧ୍ୟ ହୋଇପାରିବ ଓ ବେରୋଜଗାରୀ ମାନଙ୍କ ପାଇଁ ରୋଜଗାରର ସୁବର୍ଣ୍ଣ ସୁଯୋଗ ସହ ସୁନ୍ଦର ସହାୟତା ମିଳିବ ଏବଂ ଚାଷୀକୁଳର ଉନ୍ନତି ହେବା ସହ ଓଡିଶାର ବିକାଶ ଦିଗରେ ମଧ୍ୟ ସହଯୋଗୀ ହେବ ବୋଲି ମତବ୍ୟକ୍ତ ଦେଇ କରିଛନ୍ତି ଶ୍ରୀ ପ୍ରକାଶ ମହାନ୍ତି l

Leave a Reply

Your email address will not be published. Required fields are marked *