ଓଡିଶା ଜୁଡିସିଆଲ ଏକାଡେମୀ ପ୍ରସ୍ତୁତ ନ୍ୟାୟିକ ଆଚାର ସଂହିତା ପୁସ୍ତିକା ଉନ୍ମୋଚିତ।

କଟକ06/12/2023; କଟକ ସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ଦ୍ଵାରା ପ୍ରସ୍ତୁତ, ୨୦୨୩-୨୪ ବର୍ଷ ପାଇଁ ପ୍ରଶିକ୍ଷଣ ହ୍ୟାଣ୍ଡବୁକ ଓ ନ୍ୟାୟିକ ଆଚାର ସଂହିତା ଆଧାରିତ ପୁସ୍ତକ ଉନ୍ମୋଚନ କରା ଯାଇଛି। ମଙ୍ଗଳବାର ଅପରାହ୍ନରେ ଜୁଡିସିଆଲ ଏକାଡେମୀ ର ଗତିକୃଷ ମିଶ୍ର ଅଡିଟୋରିୟମରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମ ରେ ଓଡ଼ିଶା ହାଇକୋର୍ଟ ର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏହି ପୁସ୍ତିକା ଦ୍ୱୟ କୁ ଉନ୍ମୋଚନ କରିବା ସହିତ ଏହି ପୁସ୍ତିକା ର ମହତ ଉଦ୍ଦେଶ୍ୟ ଓ ଲକ୍ଷ ବିଷୟରେ ଉପାଦେୟ ଶବ୍ଦ କହିଥିଲେ। ଏହି ପୁସ୍ତିକା ଉନ୍ମୋଚନ ଅବସରରେ ହାଇକୋର୍ଟ ର ବିଚାରପତି ତଥା ଜୁଡିସିଆଲ ଏକାଡେମୀ- ପ୍ରଶିକ୍ଷଣ ସମିତିର ସଭ୍ୟ ନ୍ୟାୟ ମୂର୍ତ୍ତି ଡକ୍ଟର ସଞ୍ଜିବ କୁମାର ପାଣିଗ୍ରାହୀ ଓ ନ୍ୟାୟମୂର୍ତ୍ତୀ ଶ୍ରୀ କୃଷ୍ଣ ରାମ ମହାପାତ୍ର ବିସ୍ତାର ଭାବେ ଏହି ନ୍ୟାୟିକ ଅନୁଶାସନ ସମ୍ବନ୍ଧରେ ନିଜ ନିଜର ଅଭିମତ ରଖିଥିଲେ। ଉତ୍ସବରେ ଉପସ୍ଥିତ ହାଇକୋର୍ଟ ର ବିଚାରପତି ତଥା ଜୁଡିସିଆଲ ଏକାଡେମୀ ର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତୀ ଶ୍ରୀ ଦେବବ୍ରତ ଦାଶ ଉକ୍ତ ପୁସ୍ତିକା ଦ୍ୱୟ ର ବ୍ୟବହାରିକ ଦିଗ ବିଷୟରେ ବକ୍ତବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଓଡିଶା ହାଇକୋର୍ଟ ର ଅନ୍ୟାନ୍ୟ ନ୍ୟାୟାଧୀଶ ଗଣ, ବରିଷ୍ଠ ଅଧିକାରୀ ଓ ରାଜ୍ୟ ଆଇନ୍ ସେବା ପ୍ରାଧିକରଣର ଅଧିକାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *