ଓଡିଶା ରାଜନୀତିରେ ପାର୍ଥି ମାନଙ୍କର ଟିକେଟ ପାଇବା ପାଇଁ କସରତ ।

ଓଡିଶା ରାଜନୀତି ୦୮/୦୪/୨୦୨୪;  ଓଡିଶା ରାଜନୀତିରେ 2024 ନିର୍ବାଚନ ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳୁଛି । ଓଡିଶାରେ ଅଧିକ ସକ୍ରିୟ ଥିବା ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡିର ରାଜନୀତି କ୍ଷେତ୍ରରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ଦର୍ଶକବନ୍ଧୁ ଏକଥା ଆମେ ଆପଣଙ୍କୁ ଏଇଥି ପାଇଁ କହୁଛୁ ଯେ ଗତ କିଛି ଦିନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ଏବଂ ବିଜେଡି ବିଜେପି ମଧ୍ୟରେ ନିର୍ବାଚନ ପୂର୍ବରୁ ମେଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ଥିଲା। କିନ୍ତୁ ବିଜେପି ବିଜେଡି ମଧ୍ୟରେ ବିଧାୟକ, ସାଂସଦ ଓ ମନ୍ତ୍ରୀପଦକୁ ନେଇ ଭାଗ ନ ଛିଡ଼ିବାରୁ ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ହେବା ବିଫଳ ହୋଇଥିଲା। ଆପଣ ମାନେ ଦେଖିଛନ୍ତି ଏବଂ ଜାଣି ବି ପାରୁଥିବେ, ବିଜେପି ଓ ବିଜେଡି ଦଳ ତରଫରୁ ପାର୍ଥୀ ଚୟନକୁ ନେଇ ଯାହା ବି ଘୋଷଣା କରାଯାଇଛି ତାହା ଛାୟା ମେଣ୍ଟ ପରି ଜଣା ପଡୁଛି । କିନ୍ତୁ ଭୁବନେଶ୍ୱର ସାଂସଦୀୟ କ୍ଷେତ୍ରରେ ଏକ ଭିନ୍ନ ରାଜନୈତିକ ସମୀକରଣ ଦେଖିବାକୁ ମିଳିଛି। ବିଜେପି ଦଳ ତରଫରୁ ପୂର୍ବତନ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ଜାରି ରଖିଥିଲେ ଏବଂ ଦଳ ତରଫରୁ ତାଙ୍କୁ ହିଁ ଲୋକସଭା ପ୍ରାର୍ଥୀ ଭାବେ ଚୟନ କରାଯାଇଛି । କିନ୍ତୁ ଅନ୍ୟପଟେ ବିଜୁ ଜନତା ଦଳର ଟିକେଟ ଡ଼ିକ୍ଲାର ହେବା ପୂର୍ବରୁ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ସୁଶାନ୍ତ ରାଉତ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡ ଦୁହେଁ ନିଜ ତରଫରୁ ଶ୍ରମ ବିଭାଗର ସଭାପତି ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ ପ୍ରାର୍ଥୀ ଭାବେ ପ୍ରଚାର କରୁଥିଲେ । କିନ୍ତୁ ଦଳର ସୁପ୍ରିମୋ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟାଲୋଚନା ପରେ ଜଣେ ଉଚ୍ଚ ଶିକ୍ଷିତ ଏବଂ ଉଡ଼ା ଜାହାଜ ପାଇଲଟ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି ବିବେଚନା କରି ପ୍ରାର୍ଥୀ ହିସାବରେ ତାଙ୍କ ନାମ ଘୋଷଣା କରିଥିଲେ । ଆପଣଙ୍କୁ ଆମେ ଜଣେଇ ଦେବାକୁ ଚାଁହୁଛୁ ଯେ ମନ୍ମଥ ରାଉତରାୟ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ। ବିଜୁ ଜନତା ଦଳ ମନ୍ମଥ ରାଉତରାୟଙ୍କୁ ସଂସଦୀୟ ପ୍ରାର୍ଥୀ ଭାବେ ଟିକେଟ ଦେବା ପଛର କାରଣ ହେଉଛି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସର ଅଧାରୁ ଅଧିକ ଭୋଟ ବିଜୁ ଜନତା ଦଳକୁ ଜିତାଇବାରେ ସହଯୋଗ କରିବ। ଅନ୍ୟପଟେ ପୂର୍ବତନା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଷୟରେ ଯଦି ଦେଖିବା, ଅପରାଜିତା ଷଡ଼ଙ୍ଗୀ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଭବନେଶ୍ୱର ମହାନଗର ନିଗମର ପୂର୍ବତନ କମିଶନର ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସାଧାରଣ ଜନତାଙ୍କ ମନରେ ରହୁଥିବା ଜଣେ ବ୍ୟକ୍ତି। କିନ୍ତୁ 2024 ନିର୍ବାଚନରେ ଅପରାଜିତାଙ୍କ ଲୋକପ୍ରିୟତା ବାଜିମାତ କରୁଛି ନା କଂଗେସ ନେତା ସୁର ରାଉତରାୟଙ୍କ ସହଯୋଗରେ ବିଜେଡିରୁ ମନ୍ମଥ ରାଉତରାୟ ବାଜିମାତ କରୁଛନ୍ତି ତାହା ଦେଖୁବାକୁ ବାକି ରହିଲା। ଦର୍ଶକବନ୍ଧୁ ଭୁବନେଶ୍ୱର ସଂସଦୀୟ ପ୍ରାର୍ଥୀ ଭାବେ ଆପଣ କାହାକୁ ଚାହାଁନ୍ତି କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *