ଓଲଟା ଚାଲି ରଖିବ ଫିଟ |

ଆଜି କଲି ସମସ୍ତଙ୍କୁ ଦରକାର ଏକ ସୁସ୍ଥ ଜୀବନ | ସବୁ ବେଳେ ନିଜକୁ ଫିଟ ରଖିବାକୁ ଚାହୁଁଥିବା ଯୁବପିଢ଼ି ଅନେକ କିଛି ଫିଟନେସ୍ ପଦ୍ଧତ୍ତି ଆପଣେଇଥାନ୍ତି |ସେଥିପାଇଁ ନିଜ ଦୈନନ୍ଦିନ ଜୀବନରେ ପ୍ରାୟ ସମସ୍ତେ କିଛି ନା କିଛି ଶାରୀରିକ ପରିଶ୍ରମ କରୁଛନ୍ତି । କିନ୍ତୁ ଫିଟ୍ ରହିବା ପାଇଁ ପ୍ରତିଦିନ ସମାନ ରୁଟିନ୍ ଅନୁସରଣ କରି କିଛି ଦିନ ପରେ ଆପଣ ବିରକ୍ତି ଅନୁଭବ କରିପାରନ୍ତି । ଏହାପାଇଁ ଏକ ସରଳ ସମାଧାନ ରହିଛି ଆମ ପାଖରେ , ଯାହା ଦ୍ୱାରା ଆପଣ ସବୁଦିନ ବ୍ୟାୟମ ନକରି ମଧ୍ୟ ଫିଟ ରହି ପାରିବେ  ସେହି ଫିଟନେସ ମନ୍ତ୍ର ହେଉଛି ପଛୁଆ ଚାଲିବା । ସପ୍ତାହକୁ କିଛି ଥର ୧୦ ରୁ ୨୦ ମିନିଟ୍ ପଛକୁ ଚାଲିବା ବା ଜଗିଂ କରିବା ହୋଇଥାଏ ଖୁବ ଲାଭ ଦାୟକ | ଏହିଭଳି ସୁକ୍ଷ୍ମ ବ୍ୟାୟାମ ଦ୍ୱାରା ଆପଣଙ୍କ ଶରୀର ସହ ମସ୍ତିଷ୍କ ମଧ୍ୟ ତୀବ୍ର ବିକାଶ ହୋଇଥାଏ । ସେଥିପାଇଁ ଡାକ୍ତର ମଧ୍ୟ ପଛୁଆ ଚାଲିବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତି । ପଛକୁ ଚାଲିଲେ ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥ ହୋଇଥାଏ ଆମ ଶରୀର | ଏଠି ସହିତ ମାଂସପେଶୀ ଓ ମନକୁ ଭିନ୍ନ ଚିନ୍ତା ଏବଂ କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ ଯାହା                                                               ଆମପାଇଁ ଅନେକ ଗୁଣରେ ଲାଭକରି | ଏହାକୁ କରିବା ଦ୍ୱାରା ମାନସିକ ସ୍ତରରେ ସଚେତନତା , ଗତି, ମନୋବଳକୁ ବଢାଇବା ସହିତ ଅଯଥା ବିରକ୍ତିକର ଭାବନା କୁ ଦୂର କରିଥାଏ |        ଏଥି ଯୋଗୁଁ ଭଲ ନିଦ , ଦୃଷ୍ଟି ଶକ୍ତିରେ ସୁଧାର ଓ ବୁଝିବା ଓ ନିଷ୍ପତି ନେବାର ଦକ୍ଷତାକୁ ବୃଦ୍ଧି କରିବା ସହ ଶରୀରର ପ୍ରତ୍ୟକଟି ଅଙ୍ଗକୁ ସକ୍ରିୟ କରେ | ଏଥିରେ ଶାରୀରିକ ଭାବେ ଗୋଡର ମାଂସପେଶୀ , ଆଣ୍ଠଗଣ୍ଠିର ରୋଗ ଓ ଓଜନ ନିୟନ୍ତ୍ରଣ କରିବାରେ ସହାୟ ହେବା ହାଡ଼କୁ ଶକ୍ତ ରଖେ ଓ ଶରୀରରେ ଆବଶ୍ୟକ ମେଟାବୋଲିଜିମ୍ ବୃଦ୍ଧି କରେ | ତେଣୁ ଏହି ବ୍ୟାୟାମକୁ ସପ୍ତାହକୁ ୨ରୁ୩ଥର ବାସ ୧୦ରୁ୨୦ ମିନିଟପାଇଁ କରିବା ଆପଣଙ୍କ ପାଇଁ ଲାଭ ଦାୟକ |

Leave a Reply

Your email address will not be published. Required fields are marked *