ଓଲଟିଲା ଅଟୋ ଜଣେ ମୃତ୍ୟୁ ଓ ଜଣେ ଗୁରୁତର

ଫୋକସ ପ୍ଲସ 28/5/22(ଭଞ୍ଜନଗ):ଭଞ୍ଜନଗର ଥାନା ବିଞ୍ଜିଗିରି ଗ୍ରାମର ଗୋଟିଏ ପରିବାରର ୧୦ଜଣ ସଦସ୍ୟ ସେହି ଗ୍ରାମର ଏକ ଅଟୋରେ ଭଞ୍ଜନଗର ଠାରେ ଥିବା ଜଣେ ସମ୍ପର୍କୀୟ ଘରେ ପିଠା ଦେଇସାରି ଫେରୁଥିବା ବେଳେ ବିଞ୍ଜିଗିରି ନିକଟ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡରେ ଓଲଟି ପଡିଥିଲା। ଫଳରେ ସୁଦାମ ନାୟକଙ୍କ ଝିଅ ପୁଷ୍ପାଞ୍ଜଳି ନାୟକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଥିବା ସୂଚନା ମିଳିଛି l ଗୁରୁତର ଜଣକୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୮ଜଣ ସାମାନ୍ୟ ଆହତ ହୋଇ ଭଞ୍ଜନଗର ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ବେଳେ ଡ୍ରାଇଭର ସେଠାରୁ ଚମ୍ପଟ ମାରିଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *