ଓଲଟିଲା ଅଣ୍ଡା ବୋଝେଇ ଟ୍ରକ

ଫୋକସ ପ୍ଲସ(ବଡ଼ଚଣା)୧୯/୦୮/୨୦୨୨: ଜାତୀୟ ରାଜପଥ ରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ. ଯାଜପୁର ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ର ବଡ଼ଚଣା ଠାରେ ଅଣ୍ଡା ବୋଝେଇ ଟ୍ରକ ଟି ଓଲଟି ପଡିଛି. ହାଇଦ୍ରାବାଦ ରୁ ଅଣ୍ଡା ବୋଝେଇ ଟ୍ରକ ଟି କଲିକତା ଅଭିମୁଖେ ଯାଉଥିବା ବେଳେ ବଡ଼ଚଣା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ରେ ଓଲଟି ପଡିଛି.ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ସଂସ୍ଥା କୁ ଖବର ଦିଆଯାଇଛି.ଅଣ୍ଡା ପେଟି ଗୁଡିକୁ ପାଲ ଘୋଡାଯାଇ ଥିବା କେତେ ପରିମାଣ ର ଅଣ୍ଡା ନଷ୍ଟ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିବା ବେଳେ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଁଚି ଘଟଣା ର ଅଧିକ ତଦନ୍ତ ଜାରିରଖିଛି |

ବଡ଼ଚଣା ରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *