ଫୋକସ ପ୍ଲସ(ବାଲିଗୁଡା)୩/୦୯/୨୦୨୨: କନ୍ଧମାଳ ଜିଲ୍ଲାର ବାଲିଗୁଡା ରୁ ମାତ୍ର 16 କିମି ଦୂରରେ ଅଘଟଣ ଦେଖିବାକୁ ମିଳିଛି ।ଆଜି ସକାଳୁ NH59ରେ କୋଇଲା ବୋଝେଇ ଟ୍ରକଟି ଗାଡି RTO ନଂ ଯାହାକି OD 07 D 1691 କଟକ ଠାରୁ ରାୟଗଡା ଅଭିମୁଖେ କୋଇଲା ନେବା ସମୟରେ ବାଲିଗୁଡା ବ୍ଲକ ଅନ୍ତର୍ଗତ ଗଦରଙ୍ଗିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଡ଼ାହାଣ ପାର୍ଶ୍ଵରେ ପଥରରେ ପିଟି ହୋଇଥିଲା ।କିନ୍ତି ଶୋଭାଗ୍ୟ ବଶତଃ ଡ୍ରାଇଭର ଓ ହେଲ୍ପର୍ କିଛି ହେଇନଥିବା ସୂଚନା ମିଳିଛି ।ବାଲିଗୁଡା ସହରରେ ଦେଇ ଯାଉଥିବା NH 59 ଯାହାକି ବ୍ରହ୍ମପୁର ଗୋପାଳପୁର ଠାରୁ ରାୟପୁର । ପ୍ରତିଦିନ ଏହି ଜାତୀୟ ରାଜପଥ ରେ ବହୁତ ମାଲ ବୋଝେଇ ଗାଡି ଗୁଡିକର ଯାତାୟତ କରିବା ଦେଖିବାକୁ ମିଳିଛି ।ହେଲେ ଅନ୍ୟ ଜିଲ୍ଲାରୁ ମାଲ ନେଇ ଆସୁଥିବା ଡ୍ରାଇଭରଙ୍କ ବେପରୁଆ ଗାଡି ଚାଲୁଉଥିବାରୁ ଏହି ରାସ୍ତାରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଅନୁମାନ କରାଯାଉଛି ।
ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ୍।