ଓଡ଼ିଶାକୁ କେତେ ମିଳିଲା ରେଳ ବଜେଟ ?

ନୂଆଦିଲ୍ଲୀ; 3/2/2022:ଓଡ଼ିଶାରେ ରେଳବାଇର ବିକାଶ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେବେ ୨ହଜାର ୮୭୨କୋଟି ୯୧ ଲକ୍ଷ ଟଙ୍କା । ୨୦୨୨-୨୩ ରେଳ ବଜେଟରେ ଓଡ଼ିଶା ପାଇବ ୨ହଜାର ୮୭୨କୋଟି ୯୧ ଲକ୍ଷ ଟଙ୍କା । ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୮୯୧.୧୧ କୋଟି, ଅନୁଗୁଳ- ସୁକିନ୍ଦା ରେଳପଥ ପାଇଁ ୪୭୫ କୋଟି, ହରିଦାସପୁର- ପାରାଦୀପ ପାଇଁ ୮୫ କୋଟି, ତାଳଚେର- ବିମଳାଗଡ଼ ପାଇଁ ୨୫୦ କୋଟି, ଜୟପୁର- ମାଲକାନଗିରି୧୩ କୋଟି ୮୦ଲକ୍ଷ, ଜୟପୁର- ନବରଙ୍ଗପୁର ପାଇଁ ୮୧ କୋଟି, ନୌପଡ଼ା-ଗୁଣପୁର- ଥେରୁବାଲି ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି

ସେହିପରି ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀକୁ ରେଳ ଲାଇନକୁ କେନ୍ଦ୍ର ମଞ୍ଜୁରୀ ଦେଇଛି । ଖୋର୍ଦ୍ଧା-ବାରଙ୍ଗ ୩ୟ ଲାଇନ ପାଇଁ ୧୬୪ କୋଟି, ସମ୍ବଲପୁର – ଟିଟିଲାଗଡ଼ ଲାଇନ ପାଇଁ ୭୯କୋଟି ୫୦ଲକ୍ଷ, ବାଂଶପାଣି- ଦୈତାରୀ-ଟମକା-ଯଖପୁରା ପାଇଁ ୩୦୦କୋଟି, ସମ୍ବଲପୁର – ତାଳଚେର ଲାଇନ ପାଇଁ ୧୭୨କୋଟି ୫୦ଲକ୍ଷ, ଭଦ୍ରକ-ର୍ନିଗୁଣ୍ଡି ୩ୟ ଲାଇନ୍ ପାଇଁ ୩୫୧କୋଟି ଟଙ୍କା ମିଳିବ ।

Leave a Reply

Your email address will not be published. Required fields are marked *