‘ଓୟୁଟିଆର’ର ପ୍ରଥମ ସମାବର୍ତ୍ତନ ଉତ୍ସବ,୨୦୯୨ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଡ଼ିଗ୍ରୀ ସାର୍ଟିଫିକେଟ୍‌ ।

ଭୁବନେଶ୍ୱର୨୭/୦୨/୨୦୨୪: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) ର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ମାନ୍ୟବର ରାଜ୍ୟପାଳ ରଘୁବର ଦାସ ସଭାପତିତ୍ୱ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଡ଼ିଆରଡ଼ିଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍ ସିଷ୍ଟମ୍ (ଇସିଏସ୍‌) ମହାନିର୍ଦ୍ଦେଶକ ଡ଼. ବିନୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ ସଚିବ ଉଷା ପାଢୀ ପ୍ରମୁଖ ଯୋଗଦେଇଥିଲେ। ସମାବର୍ତ୍ତନ ଉତ୍ସବର ସ୍ୱତନ୍ତ୍ର ମଞ୍ଚରେ ବିଟେକ୍ ଆର୍କିଟେକ୍‌ରେ ୨୬, ବ୍ୟାଚଲର ଅଫ୍ ପ୍ଲାନିଂରେ ୪୫, ବିଟେକ୍‌ରେ ସର୍ବାଧିକ ୧୩୬୧, ଇଣ୍ଟିଗ୍ରେଟେଡ଼୍ ଏମ୍‌ଏସ୍‌ସିରେ ୬୪, ଏମ୍ ସିଏରେ ୮୯, ଏମ୍‌ଏସ୍‌ସିରେ ୧୧୦, ଏମ୍‌ଟେକ୍‌ରେ ୩୧୬ ଓ ଏମ୍‌ପ୍ଲାନରେ ୨୬ ଜଣଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।। ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷାବର୍ଷର ମୋଟ ୨୦୯୨ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଡ଼ିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ଦୁଇ ବର୍ଷ ଧରି ୬ ଟପ୍ପରଙ୍କୁ ସ୍ୱର୍ଣ୍ଣପଦକ ଦିଆଯାଇଥିଲା। ସବୁ ବିଭାଗରେ ଟପ୍ପରଙ୍କୁ ୬୪ ଟି ସିଲ୍‌ଭର ମେଡ଼ାଲ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସହ ୨ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *