କଂଗ୍ରେସକୁ ବଡ଼ ଝଟକା

ଫୋକସ ପ୍ଲସ(ବ୍ୟୁରୋ)୨୭/୦୮/୨୦୨୨: ନେତା ନିର୍ବାଚନ ଲାଗି CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳରେ ରହିଥିବା ସମସ୍ତ ପଦପଦବୀ ସହ ସ୍ଥାୟୀ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ଶୁକ୍ରବାର ଦିନ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି l ଏଥିପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି l କଂଗ୍ରେସ ଦଳ ପ୍ରତି ଥିବା ରାହୁଲଙ୍କ କର୍ତ୍ତବ୍ୟ ଉପରେ ଆଙ୍ଗୁଠି ନିର୍ଦେଶ କରିଛନ୍ତି ଗୁଲାମ ନବୀ l କଂଗେସର ଅନ୍ତରୀଣ ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଏକ ଇସ୍ତଫା ପତ୍ର ଦେଇଥିଲେ ଏଥିରେ ସେ ସିଧା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି l ରାହୁଲଙ୍କ ପିଲାଳିଆମୀ ସ୍ଵଭାଵ ଯୋଗୁ କଂଗ୍ରେସ ଦଳ ଆଜି ଅନଭିଜ୍ଞ ନେତାଙ୍କ କବଜାରେ l ଗୁଲାମ ନବୀ ଆଜି ନିଜ ମନରେ ଥିବା ସମସ୍ତ ଭାବନାକୁ ପ୍ରକାଶ କରିଛନ୍ତି ଏବଂ ଖୁବ ଶୀଘ୍ର ନିଜ ଦଳ ଗଢିବେ ବୋଲି ଘୋଷଣା କରିଛନ୍ତି lଏବଂ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ବାସ୍ତବରେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଛି ଏବଂ ଚାଟୁକାରି ନେତା ମାନେ ଦଳକୁ ଇଚ୍ଛା ମୁତାବକ ଚଳାଉଛନ୍ତି ଯେଉଁଥି ପାଇଁ ଦଳ ଉର୍ନ୍ନତୀରେ କୌଣସି ପରିବର୍ତ୍ତନ ପରିଲିକ୍ଷିତ ହେଉନାହିଁ l 2014 ରେ ବଡ ଝଟକା ଖାଇବା ପରେ ସେବେଠାରୁ ନିର୍ବାଚନ ଜିତିବାକୁ ସଂଘର୍ଷ ଚଳାଇଥିଲେ ମଧ୍ୟ ବିଫଳ ହୋଇଛି ଦଳ l ଏହା ପରେ ନିଜ ଦଳ ଗଢିବେ ବୋଲି ଘୋଷଣା କରିଛନ୍ତି |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *