କଂଗ୍ରେସ ପ୍ରତିବାଦ ସଭା

ଫୋକସ ପ୍ଲସ(ପାରାଦୀପ)୨୧/୦୮/୨୦୨୨: କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଭ୍ରଷ୍ଟାଚାର , ଦରଦାମ ବ୍ରୁଦ୍ଧି ଓ ଉତ୍କଟ ବେକାରୀ ସମସ୍ୟା ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି | ଏହା ଏରସମା ବ୍ଲକ କଂଗ୍ରେସ ପକ୍ଷରୁ ପୂର୍ବତ ବିଧାୟକ ତଥା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଲଲାଟଏନ୍ଦୁ ମହାପାତ୍ରଙ୍କ ନେତ୍ରୁତ୍ବରେ ଅନୁଷ୍ଠିତ ହୋଇଥିଲା | ଏରସମା ର  ପଏଦା ପଞ୍ଚାୟତର ଚମ୍ପାହାଟ ଠାରେ ବ୍ଲକ ସଭାପତି ବହ୍ଲବାନନ୍ଦ ସ୍ବାଇଁ ଙ୍କ ସଭାପତିତ୍ବରେ ପୂର୍ବତନ ଜିଲା ପରିଷଦ ସଭ୍ୟ ବୈଷ୍ଣବ ଚ଼ରଣ ନାୟକ, ପିସିସି ସଭ୍ୟ ତଥା ପୂର୍ବତନ ସରପଞ୍ଚ ଧ୍ବଜରାଜ ଖଣ୍ଡୁଆଳ, ପୂର୍ଣଚ଼ନ୍ଦ୍ର ପ୍ରଧାନ, ପଏଦା ସରପଞ୍ଚ ଦୀପ୍ତିରାଣୀ ପ୍ରଧାନ, ସୋମପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ମୁରଲୀଧର  ରାଉତ, ପଲ୍ଲିକଣ୍ଟା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସଂଜୟ ସ୍ବାଇଁ  ପ୍ରମୁଖ ଉପସ୍ଥିତ ରହିଥିଲେ | ଭାରତ ବର୍ଷରେ କଂଗ୍ରେସ ସରକାର ସମୟରେ କଳକାରଖାନା ବଢି ଚାଲିଥିଲା | ୨୦୧୪ ରୁ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ବେକାରୀ ସମସ୍ୟା ବଢିଚଲିଛି, ବଜାର ଦରଦାମ୍ ରେ ନିୟନ୍ତ୍ରଣ ନାହିଁ, ଅହେତୁକ ବ୍ରୁଦ୍ଧି ପାଇଁ ଜନସାଧାକଣ ପ୍ରତି ମୁହୁର୍ତରେ ସୋଷଣ ହୋଇଚାଲିଛନ୍ତି | ଆମେ ଅନୁରୋଧ କରୁଛୁ, ସମସ୍ତ ଜନସାଧରଣ ଚିନ୍ତା କରନ୍ତୁ, ବର୍ତମାନ  ଭୋଗୁଥବା ଦୁର୍ଦଶାକୁ ପରିବର୍ତନ କରନ୍ତୁ ବୋଲି ପ୍ରତିବାଦ ସଭାରେ ଅହ୍ବାନି ଦେଇଥିଲେ | ପ୍ରତିବାଦ ସଭାରେ ସୋମପୁର, ପଏଦା, ନାରଦିଆ, କୁଷ୍ଣଚ଼ନ୍ଦ୍ରପୁର ପଞ୍ଚାୟତର ସତାଧିକ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *