କଂଗ୍ରେସ ସହ ମିଶିବୁ ଆଉ ସରକାର ବି କରିବୁ : ଦେବାଶିଷ ସାମନ୍ତରାୟ

ରାଜ୍ୟରେ ସରକାର କରିବ ବିଜେଡ଼ି!କଂଗ୍ରେସ ସହ ହାତ ମିଳେଇବ କି ବିଜେଡି!
ପାରାଦୀପର କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେଇ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ।ଏହି ଅବସରରେ ସେ କହିଛନ୍ତି ଯେ, ମୁଁ କିଛିଦିନ ତଳେ ନବୀନ ବାବୁଙ୍କ ପାଖରେ ବସିଥିଲି।ସେଠାରେ ପଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ। କଥା ହେବା ଭିତରେ ମୁଁ ସାରଙ୍କୁ ବାଇ-ଇଲେକ୍ସନ ପାଇଁ ପ୍ରସ୍ତୁତ ରହିବାକୁ ପ୍ରସ୍ତାବ ଦେଇଥିଲି। ଏବଂ କହିଥିଲି ବିଜେପିର ୭ ଜଣ ଏମ୍‌ଏଲ୍‌ଏ କଟିଯିବେ। କଟିବା ପରେ ବାଇ-ଇଲେକ୍ସନ ହେବ।ସେତେବେଳେ ଆପଣ ଖାଲି ଗାଡ଼ିରେ ବସି ହାତ ହଲେଇ ଚାଲିଆସିବେ। ୭ ବିଜେଡି ଏମ୍‌ଏଲ୍‌ଏ ଆସିଗଲେ ଆମେ ୬୦ରେ ପହଞ୍ଚିଯିବା। ଆଉ ଯଦି ଦରକାର ପଡେ ଆମେ କଂଗ୍ରେସ ସହିତ ହାତ ମିଶାଇ ନୂଆ ସରକାର କରିଦେବା ବୋଲି କହିଥିଲେ ଦେବାଶିଷ।

ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କଡ଼ା ସମାଲୋଚନା କରିଥିଲେ। ତାଙ୍କର କାର୍ଯ୍ୟକୁ ନିନ୍ଦା କରିବା ସହିତ ଅନ୍ୟ ଇସାରାରେ ଚାଲୁଛନ୍ତି ବୋଲି ଧିକ୍କାର ମଧ୍ୟ କରିଥିଲେ।ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କୁ ଯେଉଁ ଇଞ୍ଜିନ ଧରାଇ ଦିଆଯାଇଛି, ସେଥିରେ ଡିଜେଲ ନାହିଁ କି କୋଇଲା ନାହିଁ। ଖାଲି ଖୋଳ ଧରି ବୁଲୁଛନ୍ତି ଏ ସରକାର।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଦଳୀୟ ନେତା ବାପି ସର୍ଖେଲ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଦେବାଶିଷଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି, ଜଳ ବିନା ମାଛର ଅବସ୍ଥା ଯାହା, ବିଜେଡିର ଅବସ୍ଥା ବର୍ତ୍ତମାନ ତାହା ହୋଇଛି। ଅନ୍ୟପକ୍ଷରେ ଦେବାଶିଷଙ୍କ ମନ୍ତବ୍ୟ ନେଇ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *