କଣ୍ଟାମାଳ କଲେଜ ଓ ନେହେରୁ ଯୁବକେନ୍ଦ୍ର ରେ ଆଜାଦି କା ଅମୃତ ଉତ୍ସଵ

ଫୋକସ ପ୍ଲସ(କଣ୍ଟାମାଳ)୧୪/୦୮/୨୦୨୨:ଦେଶ ସ୍ୱାଧୀନ ହେବାର 75 ବର୍ଷ ଫୁର୍ତ୍ତି ତଥା ଅଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି ସାରା ଭାରତ l ଏହି ସ୍ୱାଧୀନତା ଦିବସ କୁ ମନେରଖିବାକୁ ଗାଁ ରୁ ସହର, ପଲ୍ଲୀ ରୁ ଦିଲ୍ଲୀ ସବୁ ଆଡେ ଉଡ଼ୁଛି ତ୍ରିରଙ୍ଗା ପତାକା ଏବଂ ସବୁଆଡେ ଶୁଭୁଛି ଭାରତ ମାତା ର ଜୟ ଜୟ ଗାନ l ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର ଓ ପଂଚାୟତ ମହାବିଦ୍ୟାଳୟ କଣ୍ଟାମାଳ ର ସମ୍ମିଳିତ ଉଦ୍ୟମରେ ଜଣଜାଗରଣ ପାଇଁ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଲେଜ ପଡିଆରୁ ଏକ ଶୋଭାଯାତ୍ରା ବାହାରି କଣ୍ଟାମାଳ ସହର ପରିକ୍ରମା କରିଥିଲା l ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧ ସ୍ଲୋଗାନ ଦେଇ ଲୋକଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ସହିତ ଏହି ଦିବସକୁ ମନେରଖିବାକୁ ଅନୁରୋଧ କରି ସହର ପରିକ୍ରମା କରିବା ସହ ପ୍ରତିଘରେ ତ୍ରିରଙ୍ଗା ଲଗାଇବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ l

କଣ୍ଟାମାଳ ରୁ ବଳରାମ ବାଘଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *