ପଟାସହ, କରତଜବତ, 3 କାଠ ମାଫିଆ ଗିରଫ ।
ବୌଦ୍ଧ ୧୮/୦୨/୨୦୨୪: ଗତକାଲି କଣ୍ଟାମାଳ ରେଞ୍ଜ ଖୁଣ୍ଟିଗୋରା ଛକରୁ 40କେନ୍ଦୁ ଗଣ୍ଡି ଓ ଏକ 407 ଗାଡି ବନ ବିଭାଗ ଜବତ କରିଥିବା ବେଳେ ଆଜି ପୁଣି ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ରୁ ମୂଲ୍ୟବାନ ପିଆଶାଳ ପଟା ଜବତ କରିଛି ମାଧପୁର ବନ ବିଭାଗ l ସୂଚନା ଥାଉକି ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଲୁଣ୍ଡୁରୁଝୁରି ଗ୍ରାମ ଜଙ୍ଗଲ ରେ ଚାଲିଥିଲା ମୂଲ୍ୟବାନ ପିଆଶାଳ ପଟା କରତ l କୌଣସି ମତେ ଖବର ପାଇ ଏସିଏଫ ବିମଲ ପ୍ରଧାନ ଙ୍କ ନେତୃତ୍ୱ ରେ ଚଢ଼ାଉ କରାଯାଇ ଉକ୍ତ ସ୍ଥାନ ରୁ ବିପୁଳ ପରିମାଣ ରେ ପିଆଶାଳ ପଟା ଜବତ କରାଯାଇଥିବା ଜଣା ପଡ଼ିଛି। ମାଧପୁର ବନାଞ୍ଚଳ ଅଧିକାରୀ ଆସିକ ଦିଗାଲ, ଫରେଷ୍ଟର ଅଭିମନ୍ୟୁ ମହାନ୍ତି, ସୁଶୀଲ କୁମାର ହୋତା, ସୁନୀଲ ଖେତୀ, ଫରେଷ୍ଟଗାର୍ଡ ଶରତ ନାୟକ, ସ୍ୱାଧୀନ ପ୍ରଧାନ ସୀତାରାମ ବେହେରା, ସୁବଳ ପ୍ରଧାନ ଓ ଅନ୍ୟ ସ୍କ୍ୱାର୍ଡ ମାନଙ୍କୁ ନେଇ ଏସିଏଫ ବିମଲ ପ୍ରଧାନ ଘଟଣା ସ୍ଥଳ ରେ ଚଢ଼ାଉ କରିଥିଲେ। ଅନ୍ୟପଟେ ବନ ବିଭାଗ କର୍ମଚାରୀ ଆସିବା ଜାଣି କାଠ ମାଫିଆ ମାନେ ଖସି ଯିବାକୁ ବସିଥିବା ବେଳେ ବନବିଭାଗ ସେମାନଙ୍କୁ କାବୁ କରିନେଇଥିଲା। ଘଟଣା ସ୍ଥଳ ରୁ ବିପୁଳ ପରିମାଣ ର ପିଆଶାଳ ପଟା, କରତ, ସହ କୁଟୀଝାର ଗ୍ରାମର କିଶୋରୀ ମଲିକ (35), ଡ଼ିମିରିଖୋଲ ଗ୍ରାମ ର ଦାଶରଥି ବେହେରା (36), ଛତ୍ରଙ୍ଗ ଗ୍ରାମର ସୁଶାନ୍ତ କଂହର (30) ଙ୍କୁ ଗିରଫ କରିଥିଲେ। ଜବତ ପଟା ର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।ଏବଂ ଆସାମୀ ମାନଙ୍କୁ ଆସନ୍ତା କାଲି କୋର୍ଟ ଫରୱାର୍ଡ଼ କରାହବ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।