କଫିରେ ମିଶାନ୍ତୁ ଏହି ଦୁଇଟି ଜିନିଷ, କମିବ ମୋଟାପଣ

ଫୋକସ ପ୍ଲସ 14/2/23(ବ୍ୟୁରୋ): ଆପଣ ନିଜର ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି କି ? ଅନେକ ନିଜର ମୋଟାପଣକୁ ନେଇ ବିଭିନ୍ନ ଉପାୟ ଆପଣାଇଥାନ୍ତି | ମୋଟାପଣ କମେଇବାକୁ ଅନେକ ଚେଷ୍ଟା କରୁଥିବାବେଳେ ତଥାପି ମୋଟାପଣ କମୁନାହିଁ। ଆଜିକାଲି ସ୍ଲିମ୍ ରହିବାକୁ କିଏ ବା ପସନ୍ଦ ନ କରେ । ଖାସ କରି ଝିଅ ମାନେ ସ୍ଲିମ ରହିବାକୁ ଅଧିକ ପସନ୍ଦ କରିଥାନ୍ତି | ଏଥିପାଇଁ ଡାଏଟ୍ ଚାଟ୍ ଏବଂ ଡ୍ରିଙ୍କ୍ସ ଉପରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ । ତେବେ ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୋଟାପଣ କମିପାରିବ | ସିନେମନ କଫି ଅର୍ଥାତ୍ ଡାଲଚିନି କଫି । ଓଜନ କମ୍ କରିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ । ଏକ କପ୍ କଫିରେ ଗୋଟେ ଚୁଟକି ଡାଲଚିନ୍ ପାଉଡର ମିଶାଇ ପିଅନ୍ତୁ। ଦେଖିବେ ଖୁବ ଶୀଘ୍ର ଆପଣ ପତଳା ହେବାକୁ ଲାଗିବେ।ଏହାସହ ଆପଣ କଫିରେ ଲେମ୍ୱୁରସ ମିଶାଇ ଏହାକୁ ପିଇବା ଦ୍ୱାରା ଆପଣଙ୍କ ମୋଟାପଣ ମଧ୍ୟ କମିଥାଏ। ତେବେ ଏମିତି ଅନେକ ଉପାୟ ରହିଛି ଯାହା କଲେ ଆପଣ ପତଳା ହୋଇପାରିବେ | କିନ୍ତୁ ଏହି ଉପାୟ ଆପଣାଇଲେ ଆପଣ ଖୁବ ଜଲ୍ଦି ମୋଟାପଣରୁ ରକ୍ଷା ପାଇପାରିବେ |

Leave a Reply

Your email address will not be published. Required fields are marked *