ମୟୁରଭଞ୍ଜ02/12/2023; ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ର ବିକାଶ ଧାରାରେ ବହୁ ମାତ୍ରାରେ ଶାମିଲ ତଥା ଅବଦାନ ଥିବା ଏକ ବହୁପୁରାତନ ଅନୁଷ୍ଠାନ ଯାହା ଚାରିପିଢୀ ଧରି ନିଜର ସ୍ଥିତି ଜାହିର କରିବା ସହ ସମାଜକୁ ଜ୍ଞାନ ଏବଂ ସଭ୍ୟତା ର ଦିଗକୁ ଆଗେଇ ନେବାରେ ଭୂମିକା ଅତୁଳନୀୟ ଯାହାର ପ୍ରଭାବ କେବଳ ଉପଖଣ୍ଡ ନୁହେଁ ବରଂ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପରିବ୍ୟାପ୍ତ ।ଏଭଳି ଏକ ଅନୁଷ୍ଠାନ ଯାହା କରଞ୍ଜିଆ ର ଗୌରବ ହୋଇଥିବା ସହ ସମସ୍ତ ଗୌରବଗାଥା କୁ ବହନ କରୁଥିବା ଏକ ସର୍ବ ପ୍ରିୟ ଶିକ୍ଷାନୁଷ୍ଠାନ କରଞ୍ଜିଆ ଉଚ୍ଚବିଦ୍ୟାଳୟ।ଯାହା ଦୀର୍ଘ୭୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନିଜର ଦାୟିତ୍ବ ପାଳନ କରିଆସୁଛି ।ବର୍ତ୍ତମାନ ଏହି ଅନୁଷ୍ଠାନ ୭୫ବର୍ଷ ରେ ପଦାର୍ପଣ କରି ଏକ ଗରିମାମୟ ଇତିହାସ ସୃଷ୍ଟି କରିଛି ।ଅନୁଷ୍ଠାନ ର ୭୫ବର୍ଷ ପୂର୍ଣ୍ଣ ହୋଇଥିବା ସ୍ବର୍ଣ୍ଣମ ଅବସର ରେ ଏହାର ହୀରକ ଜୟନ୍ତି ପାଳନ ହୋଇଛି | ଆଜି ପ୍ରଥମେ ମା କିଚକେଶ୍ବରୀଙ୍କ ନିକଟରେ ପୂଜାର୍ଚନା କରି ଆଜ୍ଞା ମାଳ ନେଇ ଏକ ମସାଲ ସଭାଯାତ୍ରା ବାହାରି କରଞ୍ଜିଆ ମଙ୍ଗଳା ମନ୍ଦିର ଠାରେ ପହଞ୍ଚି ଥିଲେ ଏବଂ ମାନଙ୍କ ଠାରୁ ଆଜ୍ଞା ମାଳ ନେଇ ନତାଜୀ ଛକ ପହଞ୍ଚି ଥିଲେ |ସେଠାରୁ ଏକ ବିରାଟ ସଭାଯାତ୍ରା ବାହାରି ସହର ପରିକ୍ରମା କାରି କରଞ୍ଜିଆ ଉଚ୍ଚ ବିଦ୍ୟାଳୟ କୁ ପହଂଚି ଥିଲେ | ସନ୍ଦ୍ୟା ରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି ଉତ୍ସବ ୧ ତାରିଖ ରୁ ଆରମ୍ଭ ହୋଇ ୩ ତାରିଖ ଯାଏ ପାଳନ ହେବ ବୋଲି ସୂଚନା ମିଳିଛି |