କରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତାରେ ବିଶ୍ୱବାସୀ, WHO ତରଫରୁ ସୂଚନା

 

 

ଦୀର୍ଘ ଚାରି ବର୍ଷ ହେବ ମହାମାରୀ କରୋନା ତାର ତାଣ୍ଡବ ଖେଳାଇବାରେ ଲାଗିଛି। ଏପର୍ଯ୍ୟନ୍ତ ମଧ୍ୟ ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଆଉ ଏହାରି ଭିତରେ କରୋନା ନୂଆ ଭ୍ୟାରିଆଣ୍ଟ ବିଶ୍ୱବାସୀଙ୍କୁ ଚିନ୍ତାରେ ପକେଇ ଦେଇଛି। କରୋନା ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ଆଉ ଏକ ନୂଆ ଭ୍ୟାରିଆଣ୍ଟ ନିଓକୋଭ ଏବେ ଆତଙ୍କ ରଚିବାରେ ଲାଗିଛି। ଏହି ନୂଆ ଭୂତାଣୁ ଅଧିକ ମାରାତ୍ମକ ହେବ ସହିତ ଅଧିକ ଶକ୍ତିଶାଳୀ ମଧ୍ୟ। ତେଣୁ ଏହା ଉପରେ ଅଧିକ ଗବେଷଣା ମଧ୍ୟ ଜାରି ରହିଛି। ଚୀନର ଓହାନ ଗବେଷକ ମାନେ ଏହି ଭାଇରସକୁ ଚିହ୍ନଟ କରିବା ପରେ ବିଶ୍ଵବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାରେ ଥିବା ବାଦୁଡ଼ି ଶରୀରରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ଏହି ଭୂତାଣୁ ଅଧିକ ମାରାତ୍ମକ ହେବ ସହ ଅନ୍ୟ ଭୂତାଣୁ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥିବା ନେଇ WHO ତରଫରୁ ବିଶ୍ୱବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *