କର୍କଟ ରୋଗରେ ଆକ୍ରାନ୍ତ ଯୁବକ, ସାହାଯ୍ୟ ଆଶାରେ ପରିବାର

ଫୋକସ ପ୍ଲସ (ବସ୍ତା)୧୩/୦୭/୨୦୨୨ : ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଯାଇସର ପଞ୍ଚାୟତ ର ସର୍ଗିଢିପା ତୁରିପଡା ରେ ରହନ୍ତି ରାଜକୁମାର ମାଝୀ |ସ୍ତ୍ରୀ ବିନୋଦିନି ମାଝୀ ଏବଂ ଦୁଇ ସନ୍ତାନକୁ ନେଇ ଛୋଟିଆ ପରିବାର | ରାଜକୁମାର ପରିବାର ମୁଖିଆ ଥିବା ବେଳେ ମୁଲିଆ ମଜୁରୀ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି | ପରିବାରର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବା ବେଳେ ଏବେ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ରାଜକୁମାର | କିଛିଦିନ ତଳେ ମୁହଁ ଜିଭ ରେ କିଛି ବାହାରିଥିବା ନେଇ ଡାକ୍ତରଙ୍କୁ ଦେଖାଇଥିଲେ ରାଜକୁମାର ଜିଭ ରୁ ମାଂସ ବମ୍ବେ ପରୀକ୍ଷା ପାଇଁ ପଠା ଯାଇଥିଲା |ରିପୋର୍ଟ ଆସିବା ପରେ ଜଣାପଡିଲା କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ରାଜକୁମାର |ଚିକିତ୍ସା ପାଇଁ ଧାର ଉଦ୍ଧାର କରିସାରିଥିବା ବେଳେ ଏବେ ଅଧିକ ଅର୍ଥ ଅବଶ୍ୟକ ହେଉଛି |ଅର୍ଥ ବାଧକ ସାଜିଥିବା ବେଳେ ପରିବାର ଏବେ ଚିନ୍ତାରେ |ଔଷଧ ତା ଦୂର କଥା ଡାକ୍ତରଖାନା ଯିବାପାଇଁ ମଧ୍ୟ ପାଖରେ ତାଙ୍କ ନାହିଁ |ଏଭଳି ପରିସ୍ଥିତିରେ ରାଜକୁମାର ଙ୍କ ଚିକିତ୍ସା ପାଇଁ ଅର୍ଥର ସାହାଯ୍ୟ ମାଗିଛନ୍ତି ପରିବାର |

ବସ୍ତାରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *