କଲିଙ୍ଗନଗରରେ ଇଡକୋର ମନମାନି ପାଇଁ ସାଧାରଣ ଲୋକ ହୋଉଛନ୍ତି ହନ୍ତସନ୍ତ ।

ଯାଜପୁର ୨୧/୦୨/୨୦୨୪: ଯାଜପୁର ଜିଲ୍ଲା କଲିଙ୍ଗନଗରରେ କିଛିଦିନ ତଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସୌଜନ୍ୟରେ ଦାନଗଦୀ ଭବନରେ ପ୍ରସ୍ତାବିତ ଭିସିଆଇ କେମିକାଲ ପ୍ରାଇଭେଟ ଲିମିଟେଡ଼ କାରଖାନା ସ୍ଥାପନ ପାଇଁ ହୋଇଥିଲା ଜନ ଶୁଣାଣୀ। ଅଳ୍ପ ହୁଅନ୍ତୁ ବା ବହୁତ ଅନୁଷ୍ଠିତ ଜନଶୁଣାଣୀରେ କାରଖାନା ନିର୍ମାଣ ସପକ୍ଷରେ ମତ ମିଳିଥିଲା । କିନ୍ତୁ ଯେଉଁ କାରଖାନା ନିର୍ମାଣକୁ ଜନଶୁଣାଣୀରେ ସମର୍ଥନ ମିଳିଥିବାର କଥା କୁହାଯାଉଛି,ସେହି କାରଖାନାକୁ ଆଜି ଯଖପୁରା ଗ୍ରାମର କିଛି ଲୋକ ଆସି ବିରୋଧ କରିଥିବା ଦେଖିବାକୁ ମିଲିଛି।ବିରୋଧ କରୁଥିବା ଲୋକ ମାନଙ୍କ ଜମିକୁ ଇଡକୋ ଭିସିଆଇ କାରଖାନାକୁ ଦେଇ ଦେଇଥିବା କଥାକୁ ବିରୋଧ କରି ମାନ୍ଯବର ଯାଜପୁର ଏସଡିଏମ କୋଟର ଦ୍ବାରସ୍ଥ ହୋଇଥିଲେ ଯଖପୁରା ଗ୍ରାମର ଦଶରଥ ମଲିକ ଯାହାକି ମାନ୍ଯବର କୋଟ ଦଶରଥ ମଲିକ ଜମିରେ ୧୪୪ ଧାରା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଲିଛି।ଯାଜପୁର ଏସଡିଏମ କେସ୍ ନମ୍ବର ୪୭୦/୨୦୨୪ ରେ ଖାତା ନମ୍ବର ୩୪୪ ପ୍ଲଟ ନମ୍ବର ୮୬୧ ରେ ୩.୨୫ ଡିସିମିଲ ଯାଗାରେ ୧୪୪ ଧାରା ଲାଗୁ କରିବା ପାଇଁ ସଂପୂକ୍ତ କାରଖାନାକୁ ନିର୍ଦେଶ କରିବା ସହିତ ସ୍ଥାନୀୟ ଥାନାକୁ ମଧ୍ଯ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ମାତ୍ର ଏହା ସ୍ବତେ ମଧ୍ଯ ସଂପୂକ୍ତ କାରଖାନା ଦଶରଥ ମଲିକ ପିତା ନବଘନ ମଲିକଙ୍କ ଜମି ଉପରେ କାର୍ଯ୍ୟ କରୁଥିବା ଯୋଗୁ ସଂପୂକ୍ତ ପରିବାରର ସଦସ୍ଯ ଉପସ୍ଥିତ ରହି ଶାନ୍ତି ପୂର୍ଣ୍ଣ ଭାବରେ କାର୍ଯ୍ୟକୁ ବିରୋଧ କରୁଥିବା ବେଳେ ଯଖପୁରା ଥାନା ପକ୍ଷରୁ ଆସିଥିବା ଅଧିକାରୀଙ୍କ ସହିତ ଆଲୋଚନା କରି ୧୪୪ ଲାଗୁ ହେଇଥିବା ସ୍ଥାନରେ ବର୍ତ୍ତମାନ କାର୍ଯ୍ୟ ବନ୍ଦ ରହିବା ପାଇଁ ଉଭୟ ପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମାତ୍ର ଏଠାରେ ଗୋଟିଏ ପ୍ରଶ୍ନକି କିପରି ଭାବରେ ଅନ୍ୟ ଲୋକମାନଙ୍କ ଜମିକୁ ନିଜର କହି କାରଖାନା ମାନଙ୍କୁ ପ୍ରଦାନ କରୁଛନ୍ତି। ଯାହା ଫଳରେ ସାଧାରଣ ଲୋକ ବହୁତ ହଇରାଣ ହେଉଛନ୍ତି। ଯାହାର ଉଚିତ୍ ତଦନ୍ତ ହେବା ଆବଶ୍ଯକ ବୋଲି କଲିଙ୍ଗନଗରରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଲିଛି।

Leave a Reply

Your email address will not be published. Required fields are marked *