ଯାଜପୁର: ରାଜ୍ୟ ସରକାର ବେଆଇନ ଗୋ ଚାଲାଣ ରୋକିବା ନିମନ୍ତେ ସକ୍ରିୟ ପଦକ୍ଷେପମାନ ଗ୍ରହଣ କରିଛନ୍ତି ଓ ଏହି କାରବାର ରୋକିବା ନିମନ୍ତେ ତୀକ୍ଷ୍ଣ ଦୃଷ୍ଟି ରଖୁଛନ୍ତି ।ବୋଲି କହୁଥିବା ବେଳେ ରାଜ୍ଯ ରେ ପ୍ରତିଦିନ ବେଆଇନ୍ ଗୋ ଚାଲାଣ କେଉଁଠି ନା କେଉଁଠି ଦେଖିବାକୁ ମିଲୁଛି। ଠିକ୍ ସେହିପରି ଗତ ସୋମବାର ଦିନ ଯାଜପୁର ଜିଲ୍ଲା ଅନ୍ତର୍ଗତ କଲିଙ୍ଗନଗର ରେ ଦେଖିବାକୁ ମିଲିଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଥିବା ହରିପୁର ହାଟରୁ ବାରିପଦା ଅଭିମୁଖ ଯାଉଥିବା ଦୁଇଟି ବେଆଇନ୍ ଗୋ ଚାଲାଣ ଗାଡିକୁ ଜଖପୁରା ଅଞ୍ଚଳ ର ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଅଟକାଇ ରଖିବା ପରେ ସ୍ଥାନୀୟ ସରପଞ୍ଚ ଙ୍କ ସହିତ କଥାବାର୍ତ୍ତା କରିବା ପରେ ଗାଇ ଗୁଡିକ ମନ୍ଦିର କିମ୍ବା କୌଣସି ବ୍ଯକ୍ତି ଙ୍କୁ ଦାନ କରିବା ପାଇଁ କଥା ହେବା ପରେ ଚାଲାଣ କରି ନେଉଥିବା ଗାଡି ଓ ଲୋକମାନେ ନିଜ ନିଜର ଗନ୍ତବ୍ଯ ପଥ କୁ ଯାଇଛନ୍ତି।ଏଠି ପ୍ରଶ୍ନ ଉଠୁଅଛି କି ଯାହା କୁ ସ୍ଥାନୀୟ ପୋଲିସ ଜାଣିପାରୁ ନଥିବା ବେଳେ ବଜରଙ୍ଗ ଦଳର ସଦସ୍ଯ ମାନେ ସେମାନଙ୍କୁ ଧରିବା ରେ ସଫଳ ହେଉଛନ୍ତି। ଗାଇ ଗୁଡିକୁ ରଖିବା ପରେ ଜଣାପଡିଲା କି ଗୋ ଚାଲାଣ କରୁଥିବା ବ୍ଯକ୍ତି ମାନଙ୍କୁ ସ୍ଥାନୀୟ କିଛି ଯୁବକ ସାହାଯ୍ୟ କରୁଛନ୍ତି ବୋଲି ଗୋ ଚାଲାଣକାରୀ କହୁଥିବା ଦେଖିବାକୁ ମିଲିଛି। ତେଣୁ ଆଗକୁ ଦେଖିବାକୁ ବାକିରହିଲା କି କଲିଙ୍ଗନଗର ରେ ହେଉଥିବା ବେଆଇନ୍ ଗୋ ଚାଲାଣ କୁ ରୋକିବା ପାଇଁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ସ୍ଥାନୀୟ ପ୍ରସାସନ ଓ ପୋଲିସ ବିଭାଗ