ଫୋକସ ପ୍ଲସ 5/12/2022( କଲିଙ୍ଗନଗର): ଆମ୍ଭମାନକୁ ପୂର୍ବରୁ ଆମ ଗୁରୁଜନ ମାନେ କହୁଥିଲେ କି ମଣିଷ ବଞ୍ଚିବାକୁ ହେଲେ ଖାଦ୍ୟ, ବସ୍ତ୍ର, ବାସଗୃହ ର ଆବଶ୍ଯକ ନିତାନ୍ତ ଜରୁରୀ। କିନ୍ତୁ ବର୍ତ୍ତମାନ ତାହା ଭୂଲ୍ ପ୍ରମାଣିତ ହେଉଥିବା ଦେଖିବାକୁ ମିଳିଛି କଲିଙ୍ଗନଗର ରେ ଏଠି ବଞ୍ଚିବାକୁ ହେଲେ ଶୁଦ୍ଧ ବାୟୁ ଓ ଶୁଦ୍ଧ ଜଳ ର ଆବଶ୍ଯକ ଯାହା କି ଏବେ କଲିଙ୍ଗନଗର ରେ ମିଳୁନାହିଁ ବୋଲି ସାଧାରଣ ଲୋକ ଅଭିଯୋଗ କରୁଛନ୍ତି। ସୂଚନା ମୁତାବକ ଯାଜପୁର ଜିଲ୍ଲାରେ ଥିବା କଲିଙ୍ଗନଗର ରେ ଗଢ଼ି ଉଠିଥିବା କାରଖାନାରେ ହୋଉଥିବା ପ୍ରଦୂଷଣ ଓ କାରଖାନା ରୁ ନିର୍ଗତ ବିଷାକ୍ତ ଜଳଦ୍ବାର କଲିଙ୍ଗନଗର ବାସୀ ଅତିଷ୍ଟ ହୋଇ ବାରବାର ପ୍ରଦୂଷଣ ବୋଡଙ୍କ ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ମାତ୍ର ପ୍ରଦୂଷଣ ବୋର୍ଡ଼ ଓ କାରଖାନାର କିଛି ଭିତିରିଆ ବୁଝାମଣା ଫଳରେ ହାତଗଣତି କାରଖାନା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି।କଲିଙ୍ଗନଗର ବାସୀ ଖୋଲାଖୋଲି କହିବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି କି ଯେଉଁ ସଂସ୍ଥା ବୁଝାମଣା କରୁନାହିଁ ସେ ଦଣ୍ଡିତ ହେଉଛି। ଅନ୍ୟ ସବୁ କାରଖାନା ମାନେ ସୁନା ପୁଅ ହୋଇ ରହିଛନ୍ତି ପ୍ରଦୂଷଣ ବିଭାଗର ବୋଲି ସାଧାରଣ ଲୋକ ଅଭିଯୋଗ କରିବା ସହିତ ପ୍ରଦୂଷଣ ବୋଡ ରୁ ମିଲିଥିବା ଆର.ଟି.ଆଇ ତଥ୍ଯକୁ ଆଧାର କରି ନିଜ ନିଜ ର ପ୍ରତିକିୟା ଦେଇଥିବା ଦେଖିବାକୁ ମିଳିଛି। ତେଣୁ ଆଗକୁ ଦେଖିବାକୁ ବାକିରହିଲା କି ପ୍ରଦୂଷଣ ବୋର୍ଡ କଲିଙ୍ଗନଗର ର ହିତ ପାଇଁ ନା କଲିଙ୍ଗନଗର ରେ ଥିବା କାରଖାନା ର ହିତ ପାଇଁ କାର୍ଯ୍ୟ କରୁଅଛି।