ଯାଜପୁର,କଳିଙ୍ଗନଗର11/12(ଫୋକସ ପ୍ଲସ); ଗତକାଲି ଯଖପୁରା ଥାନା ଅଧିକାରୀ ୨ଟି ମୋହରମ ଗାଡି ଜବଦ କରିଥିଲେ। ଯାହା କି ଜଖପୁରା ରେଲଓ୍ବେ ସାଇଟ୍ ରେ ମହରୋମ ବୋଝେଇ ହୋଇ ଆସୁଥିବା ବେଳେ ୨ଟି ହାଇବା ଗାଡି ଜବଦ କରି ଥାନା ରେ ରଖିବା ପର୍ ଖଣି ବିଭାଗ କୁ ଖବର ଦିଆଯାଇଛି।ମାତ୍ର ଖଣି ବିଭାଗ ସେପରି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନକରି ଚୁପ ରହିବା ପଛରେ କାରଣ କଣ ହୋଇପାରେ ତାହା ସାଧାରଣ ରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଲିଛି। କଲିଙ୍ଗନଗର ଅଞ୍ଚଳର ମୋରମ ମାଫିଆ ସକ୍ରିୟ! ପ୍ରତିଦିନ କେଉଁ ଠୁ ନା କେଉଁ ଠୁ ସରକାରୀ ଖଣିଜ ଦ୍ରବ୍ଯ ଚୋରୀ ହେଉଥିବା ବେଳେ ସଂପୂକ୍ତ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରା ରେ ଯାହା ର ଜଳନ୍ତ ଉଦାହରଣ ଯଖପୁରା ରେଲଓ୍ବେ ସାଇଟ୍ ରେ କାମ ପାଇଁ ହେଉଥିବା ଚୋରା ମୋରମ ପରିବହନ ଗାଡି ଜଖପୁରା ଥାନା ପକ୍ଷରୁ ଧରିବା ପରେ କଲିଙ୍ଗନଗର ରେ ହେଉଥିବା ଆଲୋଚନା କୁ ଖୋରାକ ଯୋଗାଇଛି।ଏଠି ସାଧାରଣ ରେ ପ୍ରଶ୍ନ ଉଠୁଅଛି କି ମହରୋମ ଯୋଗାଡରେ ରହିଥିବା ମୋହରମ ମାଫିଆ ଙ୍କୁ ସୁରକ୍ଷା ଦେଉଛି କିଏ? ରାତିଅଧିଆ ତଡା ଚାଲିଛି ମୋରମ ହେଲେ ଖଣି ବିଭାଗ କଣ ଜାଣିପାରୁ ନାହିଁ।କି ସ୍ଥାନୀୟ ପ୍ରସାସନ ଜାଣିପାରୁ ନାହିଁ।ନା ସବୁ କିଛି ଜାଣିଶୁଣି ଚୁପ୍ ରହୁଛି ନା ଭିତିରିଆ ବୁଝାମଣା ହୋଇଛି। ଯାହା କି ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି। ତେଣୁ ଦେଖିବାକୁ ବାକିରହିଲା କି ସରକାରୀ ଧନକୁ ଲୁଟ କରୁଥିବା ସଂସ୍ଥା ଓ ବ୍ଯକ୍ତି ବିଶେଷ ଉପରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ସଂପୂକ୍ତ ବିଭାଗ ର ବଡ ବଡ ବାବୁ ମାନେ |