କଲେଜରୁ ୭୦ଲକ୍ଷ ଗାୟବ ଘଟଣାରେ ୪ ଜଣଙ୍କୁ ଗିରଫ

ଫୋକସ ପ୍ଲସ(ସୁବର୍ଣ୍ଣପୁର)୨୨/୦୮/୨୦୨୨: ସୋନପୁର କଲେଜର ଏକାଉଣ୍ଟ ରୁ ୭୦ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଜାଲଚେକ ମାଧ୍ୟମରେ ଉଠାଇନେବା ଅଭିଯୋଗ ରେ ସୋନପୁର ପୋଲିସ ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୁଚନା ମିଳିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମୀଳନିରେ ସୁଚନା ଦେଇଛନ୍ତି ଜିଲ୍ଲା ଆରକ୍ଷି ଅଧିକ୍ଷକ ଅମରେଶ ପଣ୍ଡା । ପୋଲିସର ସୁଚନା ଅନୁସାରେ ଗତ ଜୁନ ୬ ତାରିଖରେ ବ୍ୟାଙ୍କ ଅଫ ବରୋଦାରେ ଥିବା ସୋନପୁର କଲେଜର ଏକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ଏକ ଚେକ ମାଧ୍ୟମରେ ଟ୍ରାନ୍ସଫର ହୋଇଥିଲା । ଏନେଇ କଲେଜ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟ ୧୦ ତାରିଖରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ସୋନପୁର ପୋଲିସ ତତ୍ପରତା ପ୍ରକାଶ କରି ଘଟଣାକୁ ଗୁରୁତର ସହ ନେଇ ତନା ଘନା ଆରମ୍ଭ କରିଥିଲା । ଘଟଣାକୁ ନେଇ ଏକ ଦଳ ଗଠନ କରି ପୋଲିସ ତଦନ୍ତ ଚଳାଇଥିବେଳେ ଏବେ ପଶ୍ଚିମ ବଙ୍ଗର କୋଚବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୪ ଟି ମୋବାଇଲ ଫୋନ, ୨ଟି ଏଟିଏମ କାର୍ଡ, ୩ଟି କ୍ରେଡିଟ କାର୍ଡ, ପାନ କାର୍ଡ ଏବଂ ଆଧାରକାର୍ଡକୁ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସବୁଜ ଘୋଷ, ସୁବାଶ ଦାସ, ବିଉଟି ଦାସ ଏବଂ ଦ୍ରୌପତି ଦେ ସରକାର । ସମସ୍ତେ କୋଚ ବିହାରର ବୋଲି ସୁଚନା ଦେଇଛନ୍ତି ଆରକ୍ଷି ଅଧିକ୍ଷକ ଅମରେଶ ପଣ୍ଡା।ଅଭିଯୁକ୍ତ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ଆଜିର ଏହି ସାମ୍ବାଦିକ ମମ୍ମିଳନୀରେ କ ଏସପି ଙ୍କସମେତ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ସଦର ଆଇଆଇସି କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ସୁବର୍ଣ୍ଣପୁର ରୁ ସହଦେଵ ମେହେର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *