କଳାପାଣିର କଳାକାହାଣୀ |

ଫୋକସ ପ୍ଲସ୧୭/୧/୨୩(ବ୍ୟୁରୋ):କଳାପାଣି ଯାହାର ନାଁ ଶୁଣିଲେ ଦେହ ଥରେ ମନରେ ଖେଳିଯାଏ ଅଜଣା ଆତଙ୍କ | ଆମେ କହୁଛୁ କଳାପାଣି କଥା |ଯେଉଁ ଜାଗାର ନା ଶୁଣିଲେ ଦେହ ଓ ମନ ସବୁକିଛ ଥରେ ଅତୀତରେ କଳାପାଣି ଦଣ୍ଡର ନାଁ ଶୁଣିଲେ କଏଦୀ ମାନେ ଥରୁଥିଲେ ସତ କହିବାକୁ ଗଲେ ଏହା ଏକ ଜେଲ ଯାହା ସେକୁଲାର ଜେଲ ନାମରେ ଜଣାଶୁଣା | ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର କୋଟ ବଲେୟରେ ଏହି କଳାପାଣି ରହିଛି | ଭାରତ ଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ଏହି ଜେଲକୁ ଇଂରାଜୀ ମାନେ ତିଆରିକରିଥିଲେ | ଯେଉଁଥିରେ ଭାରତର ସ୍ୱତନ୍ତ୍ର ସଂଗ୍ରାମୀକୁ ବନ୍ଦୀକରି ରଖାଯାଇଥିଲା | ହେଲେ ସସ୍କୃତ ଭାଷାରେ କଳାପାଣିର ଅର୍ଥ ହେଉଛି ମୃତ୍ୟର ସ୍ଥାନ | ୧୮୯୭ ଖ୍ରୀଷ୍ଟାବ୍ଦରେ କଳାପାଣିର କାରାଗାରରେ ମୂଳ ଦୁଆ ପଡି ୧୯୦୬ ମସିହାରେ କାମଶେଷ ହୋଇଥିଲା ସେତବେଳେ କଏଦୀଙ୍କ ପାଇଁ ତିଆରି ହୋଇଥିବା ଏହି ସେକୁଲାର ଜେଲରେ ୬୯୮ ଟି କୋଠରୀ ଥିଲା | ପ୍ରତ୍ୟକ କୋଠରୀ ୧୫.୮ ଫୁଟର ହୋଇଥିବା ବେଳେ କଏଦୀ ମାନେ ପରସ୍ପର ସହ କଥନହେବା ପାଇଁ କୋଠରୀ ଗୁଡିକରେ ୩ ମିଟର ଉଚରେ ସ୍କାଏ ଲାଇଟ ତିଆରି ହୋଇଥିଲା | ଭାରତୀୟଙ୍କ ଲୁହ ଏବଂ ଲହୁରେ ଏହି ଜେଲ ଜର୍ଜରିତ ହୋଇଥିବାରୁ ଭାରତୀୟ ଇତିହାସରେ ଏହି ଜେଲକୁ ଅନ୍ଧ କାରର ଅଧାୟ ବୋଲି କୁହାଯାଏ |

Leave a Reply

Your email address will not be published. Required fields are marked *