କଳାହାଣ୍ଡି ପୋଲିସର ବଡ ସଫଳତା, ଅନ୍ତଃ ଜିଲ୍ଲା ଡକାୟତ ଗିରଫ

ଫୋକସ ପ୍ଲସ(କଳାହାଣ୍ଡି)୦୭/୦୮/୨୦୨୨ : କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବ୍ଲକ ରେ ଦିନକୁଦିନ ଚୋରି ଡକାୟତି ଲୁଟ ବଢ଼ିବାରେ ଲାଗିଥିଲା ଲୋକେ ଭୟଭିତରେ ରହୁଥିଲେ ଗାଁ ରେଲୋକେ ଜଗିବା ସାଙ୍ଗକୁ ରାତିସାରା ପହରା ମଧ୍ୟ ଦେଉଥିଲେ।ହେଲେ ଏହି ଘଟଣା ରେ ସାମିଲ ଥିବା ୧୦ ଜଣିଆ ଡକାୟତ ଦଳ କୁ କଳାହାଣ୍ଡି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ଡକାୟତ ମାନେ ଗତ ଏପ୍ରିଲ ମାସରୁ ଜିଲ୍ଳାର ବିଭିନ୍ନ ବ୍ଲକରେ ଡକାୟତି କରି ଲୋକଙ୍କ ନିଦ ହଜାଇ ଦେଇଥିଲେ। ଏହି ଡକାୟତ ମାନଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନର ମୁଣ୍ଡ୍ୟବ୍ୟଥାର କାରଣ ହୋଇଥିଲା। ଏହି ଡକାୟତ ମାନେ ଗୋଲାମୁଣ୍ଡା ବ୍ଲକ ର ପଟିଆଲ ପଡ଼ା, ପଞ୍ଜିଆଗ୍ରାମରେ ଡ଼କାୟତି ଓ ଧର୍ମଗଡସ୍ଥିତ ପୋଷ୍ଟ ଅଫିସରେ ଡକାୟତି ଉଦ୍ୟମ, ଧର୍ମଗଡ ଆକାଶ କଲେଜ ଠାରେ ଡକାୟତି, ଖଇରପଦର ହଳଦୀ ଠାରେ ଡକାୟତି, କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଓ ଡୁଡକାଠେଙ୍ଗା, କନ୍ଦାବୁଟ୍ରା, କାଶୀବାହାଲରେ ଡକାୟତି ଓ ଜୟ ପାଟଣା ବ୍ଲକର ଡଙ୍ଗରିଗୁଡ଼ା ଡ଼କାୟତି ମାମଲାରେ ଏହି ଡକାୟତ ଦଳ ସଂପୃକ୍ତ ଥିଲେ ବୋଲି ଆଜି କଳାହାଣ୍ଡି ଏସପି ଅଭିଳାଷ ଜି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଗିରଫ ଡକାୟତ ମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଇମାନୁଏଲ୍ ହରିଜନ (ସଲମାନ୍),ଜଗନ୍ନାଥ ହରିଜନ, ଗୋବିନ୍ଦ ହରିଜନ (ଟୁନୁ), କୁମର ହରିଜନ, ଲାଲଧର ହରିଜନ, କୋରାପୁଟ ଜିଲ୍ଲାର ଦଳପତି ହରିଜନ, କଳାହାଣ୍ଡି ଜିଲ୍ଲାର ପରମେଶ୍ବର ବାଗ(ଖଇରପଦର), ସୋମେଶ୍ୱର ନାଏକ(ପଂଜିଆ),ରୋହିତ ନିଆଲ(ଖମାର ହଲଦି) ଓ ଦିନେଶ ବୈଠାରୁ (ଜୟପାଟଣା)। ଉକ୍ତ ଡକାୟତ ମାନଙ୍କ ଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା ସହ ୫ଗୋଟି ମୋଟରସାଇକେଲ,୧୧ ଟି ମୋବାଇଲ, ୪୦,୩୯୨ ଗ୍ରାମ ସୁନା,୪୪୭,୭୪୦ ଗ୍ରାମ ରୁପା ସହ ଡ଼କାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି।

କଳାହାଣ୍ଡି ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ବିମଳା କାନ୍ତ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *