କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ହେଲେ ବର୍ତ୍ତମାନର ଓବିଶି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ l

ନର୍ଲା (କଳାହାଣ୍ଡି/୨୭/୦୪) :ଲୋକସଭା କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା ସମେତ ୧୩ ଗୋଟି ବ୍ଲକ, ଗୋଟିଏ ପୌର ପରିଷଦ ଏବଂ ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ତାଙ୍କର ପ୍ରତିନିଧି ଘୋଷଣା କରିଛନ୍ତି l ସେହି ଭଳି ଭାବରେ ନର୍ଲା ଅଞ୍ଚଳରେ ବେଶ ପରିଚିତ , ବର୍ତ୍ତମାନ ର କଳାହାଣ୍ଡି ଭାରତୀୟ ଜନତା ପାର୍ଟି ଜିଲ୍ଲା ଓବିଶି ମୋର୍ଚ୍ଚା ସଭାପତି ତଥା ପୂର୍ବତନ ନର୍ଲା ଜୋନ ୩ ର ଜିଲ୍ଲା ପରିଷଦ ସଦସ୍ୟ ଯୁବକ ମାନଙ୍କ ପ୍ରେରଣା ପ୍ରଦୀପ କୁମାର ନାଏକ ଙ୍କୁ ନର୍ଲା ର ଦାୟିତ୍ଵ ଦେଇଛନ୍ତି l ପୂର୍ବରୁ ଏହି ଦାୟିତ୍ବ ଶ୍ରୀ ପଣ୍ଡା ନର୍ଲା ର ପର୍ଶୁରାମ ପଣ୍ଡାଙ୍କୁ ଦେଇଥିଲେ କିନ୍ତୁ କୌଣସି ଔପଚାରିକ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା କିନ୍ତୁ ମଙ୍ଗଳବାର ଦିନ ଏହି ତାଲିକା ପ୍ରକାଶ ପାଇଲା ପରେ ଶ୍ରୀ ନାୟକଙ୍କ ଘରେ ଶୁଭେଚ୍ଛୁ ଙ୍କ ସୁଅ ଛୁଟୁଛି l ଆଗମୀ ଦିନରେ ଶ୍ରୀ ନାଏକ ନର୍ଲା ରେ ଲୋକଙ୍କ ସେବା କରିବା ସଙ୍ଗେ ସଙ୍ଗେ ଦୀର୍ଘ ୩ ବର୍ଷ ଧରି ନର୍ଲା ରେ ହେଇ ପାରୁନଥିବା ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟ କରିବାରେ ଲୋକଙ୍କ ସହାୟକ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି l ସେହିପରି ଭାବରେ ବିଜେପି ର ଟାଣୁଆ ନେତା ସୁଧୀର ପାଟ୍ଟଯୋଶୀ କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ଵ ଦେଇଛନ୍ତି l ଭବାନୀପାଟଣା ପୌରପାଳିକା ପାଇଁ ଚିନ୍ମୟ ବେହେରା,ହିମାଂଶୁ ଶେଖର ପଣ୍ଡାଙ୍କୁ ଧର୍ମଗଡ ଦାୟିତ୍ଵ, ସୁଧୀର ପତ୍ର କୋକସରା, ହୃଷିକେଶ ବେହେରା କଲମପୁର, ଜୟପାଟଣା ବିଜୟ ଦିଶାରି,ଭାଗ୍ୟବାନ ବାଗ ଗୋଲାମୁଣ୍ଡା,ଜୁନାଗଡ ବ୍ଲକ ପାଇଁ ଚନ୍ଦ୍ରହାସ୍ୟ ବିଶ୍ଵାଳ,ଭବାନୀପାଟଣା ପାଇଁ ଇନ୍ଦୁ ଭୂଷଣ ସାହୁ, ନର୍ଲା ପାଇଁ ପ୍ରଦୀପ କୁମାର ନାଏକ, କେସିଙ୍ଗା ପାଇଁ ଶଶାଙ୍କ ମହଲା, କର୍ଲାମୁଣ୍ଡା ପାଇଁ ରାଜେନ୍ଦ୍ର କୁମାର ନାଏକ, ମଦନପୁର ରାମପୁର ବ୍ଲକ ପାଇଁ ଖୁସି ରାମ ସାହୁ,ଲାଞ୍ଜିଗଡ ବ୍ଲକ ପାଇଁ ଲକ୍ଷ୍ମୀଧର ସନ୍ତୋଷରାୟ,ଥୁଆମୂଲ୍ ରାମପୁର ପାଇଁ ବିଷ୍ଣୁ ନାଏକ, କେସିଙ୍ଗା ଏନ୍ଏସି ପାଇଁ ଗୋବିନ୍ଦ ବଞ୍ଛୋର୍,ଜୁନାଗଡ ଏନ୍ଏସି ପାଇଁ କାଳିନ୍ଦୀ ଚରଣ ପାଣିଗ୍ରାହୀ,ଧର୍ମଗଡ ଏନ୍ଏସି ପାଇଁ ହେମନ୍ତ କୁମାର ମାଝୀ ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରତିନିଧି ଭାବରେ ମନୋନୀତ ହୋଇଛନ୍ତି l ଏହି ପ୍ରତିନିଧି ମାନେ ଲୋକ ସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁପସ୍ଥିତି ରେ ନିଜ ନିଜ ଅଞ୍ଚଳରେ ପ୍ରତିନିଧିତ୍ଵ କରିବେ ବୋଲି ଜଣା ପଡିଛି l

ରିପୋର୍ଟର : ରଞ୍ଜନ କୁମାର ମହାନ୍ତି

Leave a Reply

Your email address will not be published. Required fields are marked *