ଫୋକସ ପ୍ଲସ ୧୧/୬/୨୨ (ଖୋର୍ଦ୍ଧା):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବଡ଼ପୋଖରିଆ ପଞ୍ଚାୟତ କଣ୍ଠପୁର ପାଟଣା ଗ୍ରାମର ବାଲୁକା ଶିଳ୍ପୀ ଉମାକାନ୍ତ ରଣସିଙ୍ଗ ସବୁବେଳେ ଓଡ଼ିଶାର ପର୍ବପର୍ବାଣିରେ ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ର ବାଲିରେ ତିଆରି କରି ଅନେକ କ୍ଷେତ୍ରରେ ସମ୍ମାନିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ମଧ୍ୟ ଅନେକ ଚିତ୍ର ଆଙ୍କି ନଜରକୁ ଆସିଛନ୍ତି । ଶେଷରେ ସରକାରଙ୍କର କୌଣସି ସହାୟତା ନପାଇ ବିଫଳ ହୋଇଛନ୍ତି ।ସେହିଭଳି ଆଜି ବାଲୁକା ଶିଳ୍ପୀ ଉମାକାନ୍ତଙ୍କ ଆଉ ଏକ କାଚ ଖାଉଥିବା ଭିଡ଼ିଓ ଭାଇରାଲ କରିଥିବା ନଜରକୁ ଆସିଛି । କଣ୍ଠପୁର ପାଟଣା ଗ୍ରାମର ଯୁବକ ଜଣକ ପ୍ରଥମ ଥର ପାଇଁ କାଚ ଖାଉଥିବା ଭିଡ଼ିଓ ଟିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆଶ୍ଚର୍ଯ୍ୟ ହୋଇଛନ୍ତି ବୁଦ୍ଧିଜୀବି ମାନେ ଏବଂ କାଚ ଖାଉଥିବା ଭିଡ଼ିଓ ଉପରେ ମତ ପ୍ରକାଶ କରିଛନ୍ତି ନିଜେ ବାଲୁକା ଶିଳ୍ପୀ ଉମାକାନ୍ତ ରଣସିଙ୍ଗ ।
ଖୋର୍ଦ୍ଧା ଟାଙ୍ଗିରୁ ସୁଧୀର କୁମାର ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ |