କାଦୁଅ ରାସ୍ତା, ଗାଁ ରେ ପଶିପାରୁନି ଗାଡ଼ି

ଫୋକସ ପ୍ଲସ(ପାପଡାହାଣ୍ଡି)୧୩/୦୮/୨୦୨୨: ଗାଁ ରାସ୍ତା ପାଣି କାଦୁଅରେ ପଚ୍ ପଚ୍ ତେଣୁ ଗାଁ କୁ ଯାଇପାରୁନି କୈାଣସି ଗାଡ଼ି। ଏପରିକି ଆମ୍ବୁଲାନ୍ସ ବି ଗାଁ ଠାରୁ ଵହୁ ଦୁରରେ ଅଟକିବାକୁ ପଡୁଛି। ଅନ୍ୟ ପକ୍ଷରେ ପକ୍କା ରାସ୍ତା ପାଇଁ ନେତା ଓ ଅଧିକାରୀଙ୍କୁ ଅନେକ ଥର କହି କହି ଥକିଗଲେଣି।ତଥାପି ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରାଗଲା। ତେଣୁ ପ୍ରତିବାଦ କରିବାକୁ ବାଧ୍ୟ ହୋଇଛନ୍ତି। ଶେଷରେ କାଦୁଅ ପଚ୍ପଚ୍ ରାସ୍ତାରେ ଧାନ ତଳି ରୋଇ ଅବହେଳା ରେ ବିରୋଧ କରିଛନ୍ତି ଗ୍ରାମବାସୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ସଦର ଠାରୁ ରାଵଣାଗୁଡା ପର୍ଯ୍ୟନ୍ତ ୫ କିମି ରାସ୍ତା ଶୋଚନୀୟ ହୋଇପଡ଼ିଛି। ମୈଦଲପୁର ଠାରୁ ରାଵଣାଗୁଡା ମଧ୍ୟରେ କଣ୍ଟାସାରୁ ମୁଣ୍ଡିଵେଡା ଡଙ୍ଗରିଗୁଡା ଆଦି ଗାଁ ରହିଛି।ରାଵଣାଗୁଡାରେ ପ୍ରାୟ ୫୦ ପରିବାର କଣ୍ଟାସାରୁ ର ୧୦୦ ପରିବାର ମୁଣ୍ଡିବେଡା ୬୦ ପରିବାର ଓ ଡଙ୍ଗରିଗୁଡା ରେ ୬୦ ପରିବାର ରହୁଛନ୍ତି। ତେବେ ଆଉଳି ଛକ ଠାରୁ ମୁଣ୍ଡିଗୁଡା ପ୍ରାୟ ୫ କିମି ରାସ୍ତା ଅଵସ୍ଥା ଶୋଚନୀୟ ଅଵସ୍ଥା ରେ ରହିଛି। କାଦୁଅ ପଚ୍ପଚ୍ ରାସ୍ତା ଦେଇ ଦୈନିକ ଶହ ଶହ ଲୋକ ଯିବା ଆସିବା କରୁଥିବା ବେଳେ ଵହୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି। ରାସ୍ତା ମରାମତି ପାଇଁ ଅନେକ ଥର ଲିଖିତ ଭାବେ ରାଜନେତାଙ୍କ ଠାରୁ ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଦାବି କରି ଆସୁଛନ୍ତି। ହେଲେ ମଧ୍ୟ କୈାଣସି ସମାଧାନ ହେଲା ନାହିଁ। ଶେଷରେ ନିରାଶ ହୋଇ ଆଜି ରାଵଣାଗୁଡା ଗ୍ରାମର ମହିଳା ମାନେ ଅସନ୍ତୋଷ ପ୍ରକାଶ କରି ଗାଁ ରାସ୍ତାରେ ଧାନ ତଳି ଲଗାଇ ପ୍ରତିଵାଦ କରିଥିଲେ। ନିର୍ବାଚନ ସମୟରେ ନେତା ଓ ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ପରେ ଆଉ ଦେଖାଦର୍ଶନ ମିଳୁନି ବୋଲି ଗ୍ରାମର ଜାନକି ଦଳେଇ ରୁକ୍ମଣୀ ମାଝୀ ଦେବକି ପାତ୍ର ଜାନକି ଦଳେଇ କୁମ ଦଳେଇ ସଂଗିତା ପରିଛା ହିରାମଣି ପୁଜାରୀ ପ୍ରମୁଖ କହିଛନ୍ତି। ତୁରନ୍ତ ଏହି ରାସ୍ତା କୁ ପକ୍କା ରାସ୍ତାରେ ପରିଣତ କରାନଗଲେ ଆଗାମୀ ଦିନରେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି।ଏ ନେଇ ସ୍ଥାନୀୟ ସରପଞ୍ଚ ଚନ୍ଦଧ୍ଵଜ ମାଝୀଙ୍କ ସହିତ ଯୋଗାଯୋଗ କରିବାରୁ ମୈଦଲପୁର ପଞ୍ଚାୟତକୁ ଦିର୍ଘଦିନ ହେଵ ପିଇଓ ଆସୁନାହାନ୍ତି। ସେଥିପାଇଁ ସେ ନାଚାରା ତଥାପି ସେ ଆସନ୍ତା କାଲି ନିଜ ହାତରୁ ନିଜ ଟଂକା ଖର୍ଚ୍ଚ କରି ମାଟି ପକାଇ ରାସ୍ତା ସମତଳ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *