କାନ୍ଥ କୁ ରଙ୍ଗ ମାରି ଲୁଚାଇ ଦେଲେ

ଫୋକସ ପ୍ଲସ (ଖମାର)୧୫/୦୭/୨୦୨୨: ପାଲଲହଡା ଉପଖଣ୍ଡ ଖମାର ସ୍ଥିତ ଉତ୍କଳ ମଣୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାପୀଠ ରେ ମୋ ସରକାର ତରଫରୁ ନିର୍ମାଣ ହୋଇଥିବା ଘର ର ପୂର୍ବ ପାଖ କାନ୍ଥ ରେ ଲମ୍ବା ଭାବରେ ଫାଟି ଯାଇ ଥିବା ଦେଖିବାକୁ ମିଳିଥିଲା ।ସେ ଫଟା ଜାଗାକୁ ପୁଟି ଓ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ଠିକାଦାର ବୋଲି ସାଧାରଣ ରେ ଚର୍ଚ୍ଚା ହଉଥିବାର ଶୁଣିବାକୁ ମିଳିଛି ।ଏଘଟଣା ବିଷୟରେ ସ୍ଥାନୀୟ ପାଲଲହଡା ବ୍ଲକ ର କନିଷ୍ଟ ଯନ୍ତ୍ରୀ ଶ୍ରୀ ଚାନ୍ଦିନୀ ମାରାଣ୍ଡି ଙ୍କୁ ପଚାରି ବୁଝିବାରୁ ସେ କହିଥିଲେ କି,ଘର କାମ ସରିଯାଇ ଥିଲେ ବି ।ତାହା ତର ତର ରେ କାମ ହୋଇଅଛି ।ମାଟିର କୌଣସି ଦୁର୍ବଳତା ଯୋଗୁଁ ଏହା ବିମ ତଳୁ ଫାଟ ସୃଷ୍ଟି ହୋଇଛି ।ଏହା ନିଜ ଘର ବନାଇ ଥିଲେ ମଧ୍ୟ ତାହା ଫାଟ ହୋଇ ଥାନ୍ତା ।ଯାହାକି ନିର୍ମାଣ କାମର କିଛି ଟଙ୍କା ସ୍ଥଗିତ ରଖା ଯାଇ ଅଛି ।ଯଦି ତାହା 6 ରୁ 7 ମାସ ମଧ୍ୟରେ କିଛି ହୁଏ ତାହାଲେ ସେହି ଟଙ୍କାରେ ଖରାପ ହୋଇଥିବା କାମକୁ ପୁନରାବୃତ୍ତି କରାଯିବ ।ଏ ବିଷୟରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ପ୍ରଧାନ ଙ୍କୁ ପଚାରିବାରୁ ସେ କହିଥିଲେ ଏ ବିଷୟରେ ମୁଁ କିଛି କହି ପାରିବି ନାହିଁ ,ତୁମେ ଯାହା ଦେଖୁଛ ତାହା କର ।ଏହାବ୍ୟତୀତ ବିଦ୍ୟାଳୟ ର ଅନ୍ୟ ଜଣେ ସହ ଶିକ୍ଷକ ଙ୍କୁ ପଚାରିବାରୁ ସେ କହିଥିଲେ କି ସେ 5ଟି ଘର ଆମକୁ ହସ୍ତାନ୍ତର ଏ ପର୍ଯ୍ୟନ୍ତ କରାଯାଇ ନାହିଁ ।ତେଣୁ ଆମେ କିଛି କହି ପାରିବୁ ନାହିଁ ।ଅନ୍ୟ ପକ୍ଷରେ ଏହି ନବ ନିର୍ମିତ ଘର ଆଜକୁ ଏକ ମାସ ହବ ବଡ଼ ଧୁମ ଧାମ ରେ ସ୍ଥାନୀୟ ବିଧାୟକ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନେଇ ଉଦଘାଟିତ ହୋଇଥିବା ବେଳେ କେମିତି କାହାରି ନଜରରେ ଆସି ନ ଥିଲା ,କି ଜାଣି ଶୁଣି ଠିକାଦାର ତାହା ଲୁଚାଇ ଥିଲେ ।ଏଠି ମୋ ସରକାର ଙ୍କ ଅନୁଦାନ ରାଶିକୁ କାହିଁକି ଓ କଣ ପାଇଁ ଏତେ ନିମ୍ନ ମାନର କାମ କରି କାମରେ ନିୟୋଜିତ ଥିବା ଠିକାଦାର ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ବିଡ଼ିଓ ପର୍ଯ୍ୟନ୍ତ ଖସିଯିବାକୁ ଖସି ଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏଇଭଳି ପାଲଲହଡା ଉପଖଣ୍ଡର ଖମାର କୁ ମିଶି ତିନୋଟି ଜାଗାରେ ମୋ ସ୍କୁଲ ଘରର କାମ ଅତି ନିମ୍ନ ମାନର ହୋଇଥିବା ଦେଖିବାକୁ ମିଳିଛି ।ଏଥି ମଧ୍ୟରୁ ନମପସି ପଚାୟତରେ ନିର୍ମାଣ ହୋଇଥିବା 5ଟି ସ୍କୁଲ କୁ ଜିଲ୍ଲାପାଳ ଅକାମି ଘୋଷଣା କରିଥିବା ସ୍ଥାନୀୟ ବାସୀ କହିଛନ୍ତି ।ଉପଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ ହୋଇଥିବା ନଜିର ରହିଛି।

Leave a Reply

Your email address will not be published. Required fields are marked *