କାନ୍ଥ ଭୁଶୁଡି ବୃଦ୍ଧଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତୀଲେ ଅସହାୟ ବୃଦ୍ଧା

ଫୋକସ ପ୍ଲସ(ଦଶମନ୍ତପୁର )୧୧/୦୮/୨୦୨୨: ବର୍ଷା ପାଣି ରେ ଭିଜି ଘର କାନ୍ଥ ଭୁଷୁଡି ଜଣେ ବୃଦ୍ଧ ର ମୃତ୍ୟୁ ଘଟି ଥିବା ବେଳେ ଅଳ୍ପକେ ବର୍ତିଗଲେ ଅସହାୟ ବୃଦ୍ଧା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲ ବେଢ଼ା ପଞ୍ଚାୟତ ସଦରମହକୁମା ସ୍ଥିତ ଆଦିବାସୀ ସାହି ରେ। ମୃତ ବୃଦ୍ଧ ଜଣକ ହେଲେ ଚନ୍ଦ୍ର ମୁଦୁଲି ବୟସ ତାଙ୍କର (୬୨) ସୂଚନା ମୁତାବକ ମୃତ ବୃଦ୍ଧ ର ସ୍ତ୍ରୀ ବୈଦି ମୁଦୁଲି କହିବା ଅନୁସାରେ ଗତ ରାତିରେ ଖାଇ ପିଇ ବୃଦ୍ଧ ଦମ୍ପତି ଶୋଇ ଥିଲେ। ହେଲେ ଲଗାଣ ବର୍ଷା ଯୋଗୁଁ କୁଡ଼ିଆ ଘର ର ମାଟି କାନ୍ଥରେ ପାଣି ଭିଜି ବତୁରି ଥିଲା। ଏବଂ ବିଳମ୍ବିତ ରାତିରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ହେଲେ କାନ୍ଥ ପାଖରେ ଶୋଇ ଥିବା ବୃଦ୍ଧ ମାଟି କାନ୍ଥ ତଳେ ଚେପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଅଭିଯୋଗ କୁହାଯାଇଛି। କିନ୍ତୁ ଅନ୍ୟ ଏକ କଠୋରୀ ରେ ବୃଦ୍ଧା ଶୋଇଥିବା ଯୋଗୁଁ ସେ ଅଳ୍ପ କେ ବର୍ତିଯାଇଥିବା ବୃଦ୍ଧା ପ୍ରକାଶ କରିଛି। ଅନ୍ୟ ପଟେ କାନ୍ଥ ଭୁଷୁଡି ତଳେ ଚାପି ହେବା ପରେ ବୁଢ଼ା ମରି ଗଲା କହି ଚିତ୍କାର କରି ଥିଲା ବୃଦ୍ଧା ମହିଳା। ଏଥିରେ ପାଟି ଶୁଣି ପଡିଶା ଘରେ ଶୋଇ ଥିବା ଦୁଇ ପୁଅ ବୋହୁ ଧାଇଁ ଯାଇ କାନ୍ଥ ରୁ ବୃଦ୍ଧା ବାପା କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜାଣି ଦୁଃଖ ସହ ପରିବାର ଲୋକେ ଭାଙ୍ଗି ପଡିଥିଲେ। ଆଜି ସକାଳେ ଘଟଣା କୁ ନେଇ ସ୍ଥାନୀୟ ସରପଞ୍ଚ ମହେଶ୍ୱର ଗାଦାବା ଙ୍କୁ ପ୍ରଥମେ ଜଣାଇଥିଲେ। ଏଥିରେ ସରପଞ୍ଚ ଓ ପି ଇ ଓ ଅମିୟ କୁମାର ମହାପାତ୍ର ଗାଁ ରେ ପହଞ୍ଚି ସ୍ଥିତ ଦେଖି ଥିଲେ। ଏବଂ ବ୍ଲକ ପ୍ରଶାସନ କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏବଂ ପଞ୍ଚାୟତ ପକ୍ଷରୁ ୨ ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନା ତରଫରୁ ଆର୍ଥିକ ସହାୟତା କରିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ସରକାର ଗରିବ ଲୋକଙ୍କ ପାଇଁ କେନ୍ଦ୍ର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଥିବା ବେଳେ ରାଜ୍ୟ ରେ ବିଜୁ ପକ୍କାଘର ଯୋଜନା ହୋଇଛି। କିନ୍ତୁ ପ୍ରକୃତ ଗରିବ ଲୋକ ଏହି ଯୋଜନା ରୁ ବଞ୍ଚିତ ହେଉଛନ୍ତି। ଏକଥା ଆମେ କହୁନୁ। ଏହି କାନ୍ଥ ଭୁଷୁଡି ମୃତ୍ୟୁ ହୋଇଥିବା ଦୃଶ୍ୟ ହିଁ ବୟାନ କରୁଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ବୃଦ୍ଧା ଜଣଙ୍କୁ ଆବାସ ଘର ଟିଏ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଦଶମନ୍ତପୁର ବ୍ଲକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ |

Leave a Reply

Your email address will not be published. Required fields are marked *