କାନ୍ଦୁଛି ଗୋ ମାତା

ଫୋକସ ପ୍ଲସ(ବଡ଼ଚଣା)୦୯/୦୯/୨୦୨୨: ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି,ନିରୀହ ଗାଇଟି ରାସ୍ତା ମଝିରେ ରେ ଛିଡା ହୋଇ କି କଷ୍ଟରେ କଲ ବଲ ହେଉଛି ନିରୀହ ଗାଇଟିକୁ କେହିବି ସେଠି ଏ ଦୃଶ୍ୟ ଦେଖି ଆହା ପଦେ କହିବାକୁ କେହିବି ସେଠି ନାହାନ୍ତି, ଯାହା ଦେଖିଲୁ ଆଖିରୁ ତାହାର ଝରିପଡୁଛି ଧାର ଧାର ଲୁହ |ରାସ୍ତା କଡ଼ରେ ଠିଆ ହୋଇ ରହିଛି ନିଷ୍ପାପ ନିରୀହ ଗାଇଟି |ରାସ୍ତା ପାର ହେବାକୁ ଚେଷ୍ଟା କରୁଛି ହେଲେ ପାରୁନି, କାହିଁକି ନା ତାହାର ପଛ ବାମ ଗୋଡ଼ଟି କଟିଯାଇଛି |ତେଣୁ ସେ ଡହଳ ବିକଳରେ ଠିଆ ହୋଇ ଭୀଷଣ କଷ୍ଟ ଯନ୍ତ୍ରଣାରେ ଛଟ ପଟ ହେଉଛି |କେମିତିକା ମାଲିକ ସେ ଏ ଅବସ୍ଥାରେ ଛାଡି ଦେଇଛି ଯେଉଁ ଅବସ୍ଥାରେ ସେ ଚିକିତ୍ସା କରିବା କଥା |ତା ମାଲିକ ତାର ଚିକିତ୍ସା ନକରି ତାକୁ ଏକୁଟିଆ ଛାଡିଦେଇଛି ରାସ୍ତାକୁ କଷ୍ଟ ଯନ୍ତ୍ରଣା ସହିବ ପାଇଁ |ଏତେ ନିଷ୍ଠୁର ମଣିଷ କେମିତି ହୋଇପାରୁଛି |ଯେବେ ଯାଏ ତାର ସ୍ୱାର୍ଥ ପୁରଣ ହେଉଥିଲା ସେବେ ଯାଏଁ ସବୁ ଠିକ ଥିଲା |ଏବେ ପରା ତାର ଗୋଡ କଟିଯାଇଛି ତାକୁ ଏବେ ଚିକତ୍ସା ଦରକାର |ସେଥିପାଇଁ ଅର୍ଥ ବି ଖର୍ଚ୍ଚ କରିବାକୁ ପଡିବ |ତେଣୁ ତାକୁ ରାସ୍ତାରେ ଛାଡ଼ିଦେବା ତା ଠିକ ହେବ ହଁ, ସାମାନ୍ୟ ପଶୁଟା ତ |ମାଲିକ ଭୁଲି ଗଲା ଯେ ସେହି ଗୋମାତା ଜୀବନ ସାରା ତାହାର ଉପକାର କରିଛି ବୋଲି ତାହାଠୁ କ୍ଷୀର,ଘିଅ, ଛେନା ଲହୁଣୀ ଆଦି ଏମିତିକି ତାହାର ଗୋବରକୁ ନେଇଁ ମଧ୍ୟ ଚାଷ ବିଲରେ ଲଗାଇ ଫସଲ ଆଦି ଉତ୍ପାଦନ କରିଛି |କଣ ତାହାର ଏହି ଅବସ୍ଥାରେ ତାକୁ ଏକା କରି ରାସ୍ତାରେ ଛାଡି ଦେଇଛି ବାଃ ବାଃ ରେ ମାଲିକ |ତୁ ଏହି ତୋର ପରିଚୟ ମୋର ଶେଷ ସମୟରେ ମତେ ଏକା କରି ପଦାରେ ଛାଡି ଦେଲୁ |ମୁ ଚାଲି ପାରୁନାହୁଁ ମୋର ଚିକିତ୍ସା ନକରି ମତେ ରାସ୍ତାରେ ଛାଡିଦେଲୁ ଆମେ ପଶୁବୋଲି କଣ ଆମର ବଞ୍ଚିବାର ଅଧିକାର ନାହିଁ ଏତେ ସ୍ୱାର୍ଥପର ତୁମେ ଜୀବନସାରା ମୁ ତୁମର ସେବା କଲି ତୁମେ ମୋ ଠାରୁ ସବୁ ଉପକାର ପାଇଲ ଶେଷରେ ମୋ ଗୋଡ଼ଟି କଟିଯିବାରୁ ମତେ ତୁମେ ରାସ୍ତାରେ ଛାଡିଦେଇଛ ମୋର ଦୋଷ କଉଠି ରହିଲା ଧନ୍ୟ ତୁମ ମଣିଷ ପଣିଆ |ସତରେ ଦର୍ଶକ ବନ୍ଧୁ, ଆମେ କେତେ ନିଷ୍ଠୁର ଯେଉଁ ପଶୁ ପକ୍ଷୀ ଆମର ଏତେ ଉପକାର କରୁଛନ୍ତି ତାଙ୍କର ରୋଗଗ୍ରସ୍ତ ଓ ବୃଦ୍ଧା ସମୟରେ ଆମେ ତାଙ୍କ ଶେଷ ସମୟରେ ତାଙ୍କର ସେବା ନକରି ଏମିତିକା ଅବସ୍ଥାରେ ଛାଡ଼ିଦେବା ତାହା କେତେ ଦୂର ଠିକ ?ଆମେ ଆମ ବିବେକକୁ ପଚାରି ବୁଝିବା ଆମେ ମଣିଷ ବୋଲି ସିନା ସବୁ କିଛି ଜାଣି ପାରୁଛେ କଣ ଭଲ ମନ୍ଦ ! ଧିକ ଆମ ମଣିଷ ପଣିଆକୁ ଆମ ସହିତ ଯେତେବେଳେ ଏମିତି ଘଟୁଛି କେମିତି ଲାଗିବ ବୃଦ୍ଧା ହୋଇଗଲେ ଆମ ପିଲାଛୁଆ ଆମକୁ ନେଇଁ ଯେତେବେଳେ କେଉଁ ଜରା ଆଶ୍ରାମରେ ଛାଡିଦେଉଛନ୍ତି ସେତେବେଳେ ଆମକୁ ଠିକ ଏମିତି ହିଁ ଲାଗିବ |

Leave a Reply

Your email address will not be published. Required fields are marked *