କାର୍ତ୍ତିକରେ ବାବା ତ୍ରିବେଣୀଶ୍ୱର!

କଟକ ଜିଲ୍ଲା ଅନ୍ୟତମ ଶୈବ୍ୟ ପୀଠ ମାହାଙ୍ଗାର ବାବା ତ୍ରିବେଣୀଶ୍ୱର ପୀଠ \ ପୁରାଣ ବର୍ଣ୍ଣିତ ସର୍ବ ପ୍ରାଚୀନ ପ୍ରସିଦ୍ଧ ଶୈବ୍ୟ ପୀଠ ମାନଙ୍କ ମଧ୍ୟରେ ମାହାଙ୍ଗା ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀଶ୍ରୀ ତ୍ରିବେଣୀଶ୍ୱର ମହାଦେବଙ୍କ ପବିତ୍ର ବିଜେସ୍ଥଳୀ ଅନ୍ୟତମ | ଚଳିତ ବର୍ଷ ପବିତ୍ର କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ ପାଳନ ଅବସରରେ ତଥା ସମଗ୍ର ବିଶ୍ୱର ମଙ୍ଗଳ କାମନାର୍ଥେ ଦେବ ଦେବ ମହାଦେବ ଶ୍ରୀ ଶ୍ରୀ ତ୍ରିବେଣୀଶ୍ୱରଙ୍କ ନିକଟରେ ଦୀର୍ଘ ଏକ ମାସ ଧରି ରୁଦ୍ରାଭିଷେକ ଆଦି ପୁରାଣ ପାଠ କରାଯିବାର ଦିବ୍ୟ ପ୍ରୟାସ କରାଯାଇଛି | ବିଗତ ମାସ 29-10-23 ତାରିଖ ଠାରୁ ଚଳିତ ମାସ 27-11-23 ତାରିଖ ପ୍ରଯ୍ୟନ୍ତ ଦୀର୍ଘ ଏକ ମାସ ଧରି ରୁଦ୍ରାଭିଷେକ ଆଦି ଦିବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | ଏହି ଅବସରରେ ପ୍ରତିଦିନ ଜଣେ ଜଣେ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତ ନିଜ ପରିବାରର ମଙ୍ଗଳ କାମନାର୍ଥେ ପୂଜା ଅର୍ଚନାରେ କର୍ତ୍ତା ଭାବେ ଯୋଗ ଦେବାର ସୂବେବ୍ୟସ୍ଥା କରାଯାଇଛି | ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ସନ୍ଥ ଗୋସ୍ବାମି ତୁଳସୀ ଦାସଙ୍କ ରଚିତ ଶ୍ରୀରାମ ଚରିତମାନସ, ମାସିକ ପାରାୟଣ କାର୍ତ୍ତିକ ମାସ ଆରମ୍ଭରୁ ବ୍ରତ ଶେଷ ପ୍ରଯ୍ୟନ୍ତ ସମ୍ପୂର୍ଣ କାର୍ତ୍ତିକ ମାସରେ ପ୍ରତ୍ୟେହ ପରାୟଣ ପାଠ କରାଯିଉଛି | ପ୍ରଭୁ ତ୍ରିବେଣୀଶ୍ୱର ବାବାଙ୍କ ନିତ୍ୟନୈମିତ୍ୟ ସକାଳ ଧୂପ, ରୁଦ୍ରାଭିଷେକ, ଶ୍ରୀରାମଙ୍କ ପୂଜାର୍ଚନା, ହନୁମାନ ଚାଳିଶା ପଠନର ସୁବେବ୍ୟସ୍ତ କରାଯାଇଛି | ପ୍ର|ଜ୍ଞ ବିଜ୍ଞ ପୁରଣ ପାଠକ ଶ୍ରୀ ପିତାମ୍ବର ଦାସ ଓ ସହଯୋଗୀ ଜଗନ୍ନାଥ ଦାଶ ଦ୍ୱାରା ପୁରାଣ ପାଠ କରାଯାଉଛି |
ବାବା ତ୍ରିବେଣୀଶ୍ୱର ମନ୍ଦିର ଉର୍ନ୍ନୟନ ଓ ପରିଚାଳନା ସମିତିର କର୍ମକର୍ତା ମାନଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସୁଚାର ରୂପେ ପରିଚାଳନା କରାଯାଉଛି | ସଂଯୋଜକ ଆଡ଼ଭୋକେଟ ଗୋପାଳକୃଷ୍ଣ ମହାନ୍ତି ଓ ସଭାପତି ଚୌଧୀର ଭାବଗ୍ରାହୀ ମିଶ୍ର ତତ୍ୱା ଅବଧାନରେ କାର୍ତ୍ତିକ ମାସରେ ସମସ୍ତ ମନ୍ଦିରର ବିଧିବଧ୍ୟ୍ୟ ପୂଜାର୍ଚନା ଓ ପ୍ରସାଦ ସେବନ ସୁଚାର ରୂପେ କାର୍ଯ୍ୟକାରୀ ହେଉଅଛି |

Leave a Reply

Your email address will not be published. Required fields are marked *