କାର୍ତ୍ତିକ ମାସର ରବିବାର ରେ ଚନ୍ଦ୍ରଭାଗା ଲୋକାରଣ୍ୟ

ଫୋକସ ପ୍ଲସ 30/10/22(କୋଣାର୍କ): ଆଜି ପବିତ୍ର କାର୍ତ୍ତିକ ମାସ ରବିବାର ହେତୁ ଚନ୍ଦ୍ରଭାଗା ଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମହୋଦଧି ରେ ସ୍ନାନ କରି ସୂର୍ଯୟନାରାୟଣ ଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଛି। ଅନେକ ଦୂର ଦୁରାନ୍ତ ରୁ ଆସିଥିବା ଭକ୍ତ ମହୋଦଧି କୂଳ ରେ ଦ୍ଵୀପ ଲଗାଇ ବସିରହି ସୂର୍ଯୟନାରାୟଣ ଙ୍କ ଆଗମନକୁ ଅପେକ୍ଷା କରିରହିଥିଲେ। ସେଇଠି ମଧ୍ୟ କିଛି ଶ୍ରଦ୍ଧାଳୁ ପିତୃ ପୁରୁଷ ମାନଙ୍କ ପାଇଁ ବାଲି ପିଣ୍ଡ କରୁଥିବା ବେଳେ ଅନେକ ଶ୍ରଦ୍ଧାଳୁ ବାଲୁକା ଦ୍ୱାରା ରାଇ ଦାମୋଦର ପୂଜା କରୁଥିବାର ର ଦୃଶ୍ୟ ଦେଖିବାକୁ ମିଳିଥିଲା।କାର୍ତ୍ତିକ ମାସ ର ପ୍ରତ୍ୟକ ରବିବାର ରେ ମହୋଦଧି ରେ ସ୍ନାନ କରି ସୂର୍ଯୟନାରାୟଣ ଙ୍କ ଦର୍ଶନ କଲେ ନିଜର ମଙ୍ଗଳ ହେବା ସହିତ ପାରିବାର ର ମଙ୍ଗଳ ହୋଇଥାଏ ବୋଲି ସୂର୍ଯୟନାରାୟଣ ଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ କୁହନ୍ତି।
ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ୍ ପ୍ଲସ୍ ।

Leave a Reply

Your email address will not be published. Required fields are marked *