କାର୍ଯ୍ୟକ୍ଷମ ହେଲା ବାଇକ ଆମ୍ବୁଲାନ୍ସ

ଫୋକସ ପ୍ଲସ(ବୋରିଗୁମ୍ମା)୩/୦୯/୨୦୨୨:ଖବର ବାଜିଲା ,ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଚେତା ପଶିଲା ।ବର୍ଷେ ହେଲା କାର୍ଯ୍ୟକ୍ଷମ ହେଉ ନଥିଲା ବାଇକ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହେଲା । ଫୋକସ ପ୍ଲସରେ ଖବର ପ୍ରସାରଣ ପରେ ପୁଣି କାର୍ଯ୍ୟକ୍ଷମ ହୋଇ ଅପହଞ୍ଚ ଅଞ୍ଚଳକୁ ଫେରିଲା ଆମ୍ବୁଲାନ୍ସ ସେବା । ପରିଚାଳନା ଗତ ତ୍ରୁଟି କାରଣରୁ ଖରା ବର୍ଷା ଖାଇ ସେବା ଯୋଗାଇ ଦେଉ ନ ଥିବା ଅଭିଯୋଗ କରିଥିଲେ ଅଞ୍ଚଳ ବାସୀ ।ବାଇକ ଚାଳକଙ୍କ ଦରମା ଏବଂ ବାଇକ ଆମ୍ବୁଲାନ୍ସ ମରାମତି ପାଇଁ ତତ୍ୱର ଦେଖାଇ କାର୍ଯ୍ୟକ୍ଷମ କଲା ପ୍ରଶାସନ । ବୋରିଗୁମ୍ମା ବ୍ଲକର ଉପାନ୍ତ ଓ ଅପହଞ୍ଚ ଅଞ୍ଚଳ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ୨୦୨୦ ମସିହାରେ ବୋରିଗୁମ୍ମା ବ୍ଲକ କାଠରଗଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ବାଇକ ଆମ୍ବୁଲାନ୍ସ ଯୋଗାଇ ଥିଲେ ସରକାର ।କିନ୍ତୁ ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାର ଠିକ ଏକ ବର୍ଷ ପରେ କୌଣସି କାରଣ ରୁ ବାଇକ ଆମ୍ବୁଲାନ୍ସ ଚାଲିବା ଏକ ପ୍ରକାର ବନ୍ଦ ହୋଇ ପଡିଥିଲା । ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାଠରଗଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅଧିନ ଚମ୍ପାପଦର, ମସିପଦର, ହରଡ଼ାଗୁଡା,ଚାନ୍ଦବେଡା, ଭାଲୁମହଲ, ପାଟିଆସିଲ, ଡମ୍ବତୁରୁଞ୍ଜି,ପଟାରଙ୍ଗଣି ଭଳି ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ ସେବା ବନ୍ଦ ରହିବା ଫଳରେ ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ଶିକାର ହେଉଥିଲେ । ବିଶେଷ କରି ଡମ୍ବତୁରୁଞ୍ଜି ଗାଁରେ ଝାଡ଼ାବାନ୍ତି ବ୍ୟାପିବା ଏବଂ ପଟାରଙ୍ଗଣି ଗାଁର ଜରରେ ପୀଡିତ ରୋଗୀଙ୍କୁ ଷ୍ଟ୍ରେଚରରେ ଘଟଣା ସାମ୍ନାକୁ ଆସିବା ପରେ ବାଇକ ଆମ୍ବୁଲାନ୍ସକୁ ଖୋଜା ପଡିଥିଲା । ଏହି ସମସ୍ୟାକୁ ପ୍ରାଥମିକତା ଦେଇ ଫୋକସ ପ୍ଲସ ଗତ ବୁଧବାର ଦିନ ଖବର ପ୍ରସାରଣ କରିଥିଲା । ଖବର ପ୍ରସାରଣର ଦୁଇ ଦିନ ପରେ ବାଇକ ଆମ୍ବୁଲାନ୍ସ ପୁଣି ଥରେ ସଜଡ଼ା ଯାଇ କାର୍ଯ୍ୟକ୍ଷମ ହୋଇଛି । ଏବେ ଅପହଞ୍ଚ ଉପାନ୍ତ ଅଂଚଳର ରୋଗୀ ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା କୁମୁଲି ମେଡିକାଲ କୁ ସହଜରେ ଯାଇ ପାରିବା ନେଇ ଆଶା ବାନ୍ଧିଛନ୍ତି । ବାଇକ ଆମ୍ବୁଲାନ୍ସ ପୁଣି ଥରେ କାର୍ୟ୍ଯକ୍ଷମ ଫଳରେ ଅଂଚଳ ବାସୀ ଖୁସି ପ୍ରକାଶ କରିଛନ୍ତି । ମରାମତି ପରେ ଉପାନ୍ତ ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ ସେବା ପୁଣି ଥରେ ସ୍ୱାସ୍ଥ୍ୟ ବିଭାଗ ସଠିକ ପରିଚାଳନା କରି ପାରିବ ଏବଂ ରୋଗୀ ସେବା ଯୋଗାଈ ଦେବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଛନ୍ତି ।

 

ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *