କାର୍ଯ୍ୟରେ ଅବହେଳା,୩୦କର୍ମଚାରୀଙ୍କ ଦରମା ବନ୍ଦ

ଫୋକସ ପ୍ଲସ(ରାୟଗଡ଼ା)୪/୦୯/୨୦୨୨:ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧିନରେ ଥିବା ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଜିଲ୍ଲାପାଳ ସ୍ବଧା ଦେବ ସିଂ ଏହି ପଦକ୍ଷେପ ନେଇଛନ୍ତି। ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଅଫିସ କାଗଜ ପତ୍ର ଠିକ ନଥିବା ଓ ଲୋକଙ୍କୁ ଠିକ ସମୟରେ ସେବା ପ୍ରଦାନ କରୁନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ନୀରିକ୍ଷଣ ପାଇଁ ଯାଇଥିଲେ। ନୀରିକ୍ଷଣ ସମୟରେ ଅନେକ କାମ ଶେଷ ହୋଇନଥିବା ନଜରକୁ ଆସିଥିଲା। ଏଭଳିକି ଲୋକେ ନିଜର ଡକ୍ୟୁମେଣ୍ଟ ପାଇଁ ଆବେଦନ କରି ବହୁ ଦିନରୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା। ଏହାପରେ ଜିଲ୍ଲାପାଳ ସ୍ବଧା ଦେବ ସିଂ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ପତ୍ର ଲେଖି ଜଣାଇଛନ୍ତି।

 

ରାୟଗଡ଼ା ରୁ ଦୀପକ ପୃଷ୍ଟିଙ୍କ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *