ଫୋକସ ପ୍ଲସ(ବ୍ୟାସନଗର): ଆଜି ଯାଜପୁର ରୋଡ ବ୍ୟାସନଗର ପୌରପରିଷଦ celebration ମଣ୍ଡପ ଠାରେ ଶାନ୍ତି କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କାଳୀପୂଜାର ଜନଗହଳି କୁ ଲକ୍ଷ୍ୟ କରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବାର ନିଷ୍ପତି ନିଆଯାଇଛି l ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିଜର କର୍ତ୍ତବ୍ୟ ପ୍ରତି ଅଙ୍ଗୀକାର ବଧ ରହିବା ଉଦ୍ଦେଶ୍ୟ ରେ ଆହ୍ବାନ କରିଥିଲେ l ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ଅଧିକାରୀ, କଳିଙ୍ଗ ନଗର ଅତିରିକ୍ତ ଆରକ୍ଷୀ ଅଧିକାରୀ, SDPO ଯାଜପୁର,IIC ଯାଜପୁର ରୋଡ଼, ରେଳବାଇ ସୁରକ୍ଷା ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ୟାସନଗର ମହାବିଦ୍ୟାଳୟ ର ସମର ଶିକ୍ଷlର୍ଥୀ ଅଧିକାରୀ, ସାମ୍ବାଦିକ ବନ୍ଧୁ, ପୁଜା କମିଟିର କର୍ମକର୍ତ୍ତା, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ,ଶାନ୍ତି କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜାକୁ ସାଫଲ୍ୟ ମଣ୍ଡିତ କରିବା ସହ ପୂଜା କିପରି ଶାନ୍ତି ଶୃଙ୍ଖଳା ରେ ସମାପ୍ତ ହୋଇପାରିବ ସେ ଦିଗରେ ଆଲୋଚନା କରିଥିଲେ |
ଅତିରିକ୍ତ ଜିଲ୍ଲାପାଳ ଅଗ୍ନିଶମ ନିର୍ବାପକ ଯନ୍ତ୍ର ମହଜୁଦ ରଖିବା ପାଇଁ କହିଥିଲେ, ଶାନ୍ତି କମିଟିର ସଦସ୍ୟ ବିଦ୍ୟାଧର ମହାନ୍ତି ଗୋରୁଗାଈ ମାନଙ୍କ ପାଇଁ କlଞ୍ଜିଆବୁଦା ର ବ୍ୟବସ୍ଥା ସହ CCTV ର ବ୍ୟବସ୍ଥା ପାଇଁ ଦାବି କରିଥିଲେ l କୋପଣ୍ଡ କାଳିପୂଜା ର ସଦସ୍ୟ ଟୀକାୟତ ପାଲ ଧୂଳି ଜନିତ ପ୍ରଦୂଷଣକୁ ରୋକିବା ପାଇଁ ଜଳ ଛିଞ୍ଚନ ର ବ୍ୟବସ୍ଥା ପାଇଁ ନିଜର ଦାବି ରଖିଥିଲେ l ଆରିୟଂନ କ୍ଲବ ର ସଦସ୍ୟ ପବିତ୍ର ମହାନ୍ତି ମହିଳା ଓ ଶିଶୁ ମାନଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ନିମନ୍ତେ ପ୍ରସ୍ତାବ ରଖିଥିଲେ. ପୂଜା ସମୟରେ ଗାଈ ଗୋରୁ ବାହାରକୁ ଛାଡିଲେ 1000 ଟଙ୍କା ଜୋରିମାନା ଆଦାୟ କରିବାକୁ ପରାମର୍ଶ ଦେଇଥିଲେ.6ତାରିଖ ଭସାଣି ଓ ମେଳଣ ଉତ୍ସବ |
ବ୍ୟାସନଗରରୁ ପଦ୍ମଲୋଚନ ନାୟକଙ୍କ ରିପୋର୍ଟ