କାଳ ବୈଶାଖୀର ତାଣ୍ଡବ

ଫୋକସ ପ୍ଲସ 26/5/22(ସମ୍ଭଲପୁର): ସୋମବାର ରାତ୍ରିରେ ଆସିଲା କାଳବୈଶାଖୀ ବର୍ଷା କିଏ କିଛି ବୁଝିବା ପୂର୍ବରୁ ଘର ଦ୍ୱାର ଭାଙ୍ଗି ଚାଲିଗଲା |ଏମିତି ଏକ ଘଟଣା ଦେଖିବାକୁ ମିଳିଚି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେଙ୍ଗାଲି ଗ୍ରାମପଞ୍ଚାୟତ ର ଅନେକ ଗ୍ରାମ ରେ ସୋମବାର ରାତ୍ରି ସମୟରେ କାଳବୈଶାଖୀ ତାଣ୍ଡବ ରଚି ଚାଲିଯାଇଛି ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | କାହାର ଘର ଉପରୁ ଆଜବେଷ୍ଟର, ଖପର ଉଡେଇ ନେଇଛି ତ ଆଉ କେଉଁ ଗାଁ ଇଲେକ୍ଟ୍ରିପୋଲ ମାଡ଼ିବସିଛି ଆଉ କେଉଁଠି ରାସ୍ତାଉପରେ ଗଛ ପଡିରହିଥିଲା କିନ୍ତୁ ରେଢ଼ାଖୋଲ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଘଟଣାସ୍ଥଳରେ ମଙ୍ଗଳବାର ସକାଳୁ ପଂହଁଚି ରାସ୍ତାରେ ପଡ଼ିଥିବା ଗଛକୁ କାଟି ଫିଙ୍ଗି ଥିଲେ ପରେ ଯାତାୟାତ ସମ୍ଭବପର ହୋଇଥିଲା | କିନ୍ତୁ ମଙ୍ଗଳବାର ଦିନ 3ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା | ଘଟଣାସ୍ଥଳରେ ସ୍ଥାନୀୟ ବ୍ଲକ ଅଧକ୍ଷ ପ୍ରଦୀପ କୁମାର ପ୍ରଧାନ, ଆର. ଆଇ, ଓ ରେଙ୍ଗାଲି ଗ୍ରାମପଞ୍ଚାୟତ ର ସରପଞ୍ଚ, ଜି. ଆର. ଏସ. ଓ ଇ. ଓ. ପଂହଁଚି ସମସ୍ତ ଗ୍ରାମ କୁ ଯାଇ କ୍ଷୟକ୍ଷତି ର ଆକଳନ କରିଥିଲେ |

Leave a Reply

Your email address will not be published. Required fields are marked *