କାହଁକି ନୀତି ଆୟୋଗ ବୈଠକରେ ନିତୀଶ କୁମାରଙ୍କ ଅନୁପସ୍ଥିତ?

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି। ସେ ଏହି ବୈଠକରେ ଯୋଗ ଦେଇ ନ ଥିଲେ। ତେବେ ବିହାର ସରକାରଙ୍କ ତରଫରୁ ମୁଖ୍ୟ ସଚିବ ବ୍ରଜେଶ ମେହେରୋତ୍ରା ବୈଠକରେ ଯୋଗ ଦେଇଥିଲେ। ପଲ୍‌ଟୁ ରାମ ପୁଣି ପଲ୍‌ଟି ମାରିବେ କି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ତେବେ ଏହି ପ୍ରସଙ୍ଗରେ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ବୈଠକରେ ଉଭୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ପ୍ରତିନିଧିତ୍ୱ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୀତୀଶଙ୍କ ଅନୁପସ୍ଥିତିର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଜନତା ଦଳ-ୟୁନାଇଟେଡ (ଜେଡିୟୁ) ମୁଖପାତ୍ର ନୀରଜ କୁମାର କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ ଯେ ମୁଖ୍ୟମନ୍ତ୍ରୀ ନୀତୀଶ ନୀତି ଆୟୋଗ ବୈଠକରେ ଯୋଗଦେଇ ନାହାନ୍ତି।

Leave a Reply

Your email address will not be published. Required fields are marked *