କିଡନି ଖରାବ ଆଗରୁ ଶରୀର ଦିଏ ଏମିତି ସଙ୍କେତ, ଲକ୍ଷଣକୁ ଦେଖି କରନ୍ତୁ ପ୍ରଥମେ ଏଭଳି କାମ ।

ଆଜିକାର ସାସଜରେ ସୁସ୍ଥ ରହିବାକୁ ଅଧିକରୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏଭଳି ସ୍ଥଳେ ଲୋକମାନଙ୍କୁ ସୁସ୍ଥ ରଖିବା ପାଇଁ ସରାକରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ମାନଙ୍କଦ୍ୱାରା ସଚେତନ କରାଯାଉଛି । ଯାହାଫଳରେ ସାଧାରଣ ଲୋକା ଶରୀରସୁସ୍ଥ ରଖିବା ସହ ବିଭି୍‌ନ୍ନ ରୋଗରୁ କିଭଳି ରକ୍ଷା ପାଇବେ ତାହା ଜାଣି ପାରିବେ ।
ଶରୀରର ଏକ ଗୁରୁତ୍ୱପୂର୍ଣ ଅଙ୍ଗ ହେଉଛି କିଡିନି ଏହାକୁ କିଭଳି ସୁସ୍ଥ ରଖିହେବ ଏବଂ କିଡିନି ଜନିତ ରୋଗକୁ ଲକ୍ଷଣକୁ କିଭଳି ଦୂର କରିବେବ ସେଥିପାଇଁ ମାର୍ଚ୍ଚ୧୦କୁ ବିଶ୍ୱ କିଡିନି ଦିବସ ଭାବେ ପାଳନ କରାଯାଏ ।

କିଡନି ଶରୀରର ବହୁ କାମରେ ଜଡିତ ଥାଏ ଏଥିମଧ୍ୟରୁ ଏହାର ମୁଖ୍ୟକାମ ହେଲା ଶରୀରରେ ରକ୍ତକୁ ସଫା ରଖିବା ଏବଂ ଅତ୍ୟଧିକ ପାଣି ଅସୁଦ୍ଧ ପଦାର୍ଥକୁ ଛାଣି ବ୍ଲାଡର ଜମା କରିବା ଯାହା ମୁତ୍ର ଆକାରରେ ଦେହରୁ ବାହାରି ଥାଏ ।
ସୁସ୍ଥ କିଡନୀ ପାଇଁ ବହୁ ଫେକ୍‌ଟର ଦାୟୀ । ଏହା ଖରାପ ଧିରେ ଧିରେ ହୋଇଥାଏ ପ୍ରଥମେ ଏହା ଜଣାପଡି ନଥାଏ । ବିଭିନ୍ନ ସମୟରେ ସଚେତନତା ଅଭାକ ଲକ୍ଷଣକୁ ଅଣଦେଖା କରିବା ହେତୁ ଏହା ଅଧିକ ଖରାପ ହୋଇଥାଏ ପରିଶେଷରେ ଜଣେ କିଡନି ରୋଗରେ ଆକ୍ରାନ୍ତ ହୁଅନ୍ତି ।

କିଡନି ରୋଗର ଲକ୍ଷଣ
କିଡନି ରୋଗ ଆରମ୍ଭ ସ୍ଥରରୁ କିଛି ଲକ୍ଷଣ ଦେଖାଦେଇଥାଏ ଯାହାକି ପ୍ରଥମ ସ୍ଥରରେ ସାଧାରଣ ଲାଗିଥାଏ କିନ୍ତୁ ଏହା ସାଧାରଣ ନ ଥାଏ ।

ନିଦ କମ ହେବା
ବାନ୍ତିି ଲାଗିବା
ଅଧିକ ଏବଂ କମ ପରିଶ୍ରା
ଛାତିରେ ପୀଡା
ଭୋକ କମ ହେବା
ଥକିଯିବା
ଉଚ୍ଚରକ୍ତଚାପ
ଶରୀର ଶୁଖିଯିବା
ଶ୍ୱାଶକ୍ରିୟାରେ ସମସ୍ୟା

କିଡନୀ ଖରାପ ହେବାର ମୁଖ୍ୟ କାରଣ
କିଡନୀ ରୋଗ କିଛି ଅନ୍ୟ ରୋଗରୁ ମଧ୍ୟ ହୋଇଥାଏ । ଏହାର ଅର୍ଥ ଏହା ନୁହ୍‌ଁ ଯେ ସମ୍ପୃକ୍ତ ରୋଗର ହୋଇଥିବା ବ୍ୟକ୍ତିଙ୍କୁ କିଡନୀ ରୋଗ ହେବ । ଏଭଳି ଲକ୍ଷଣ ଦେଖାଗଲେ ପ୍ରଥମେ ଡକ୍ତରଙ୍କୁ ସମ୍ପର୍କ କରିବେ ।
ଟାଇପ ୧ ଓ ଟାଇପ ୨ ଡାଇଭେଟିସ
ହାଇବ୍ଲଡ ପ୍ରେଶର
ବଂଶଗତ କିଡନୀରୋଗ
ବଢିଥିବା ପ୍ରୋଷ୍ଟ୍ରେଟ
ବାରମ୍ବାର େଓøଷଧ ସେବନ
ଯଦି କିଡନୀ ରୋଗ ଜଣଙ୍କ ପାଖରେ ବେଶୀଦିନ ଯାଁଏ ଦେଖାଯାଏ ତାହାଲେ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବା ନିହାତି ଦରକାର କାରଣ ଏହା ଦ୍ୱାରା ତାଙ୍କୁ କିଡିନି ଫେଲ ହେବା ସମସ୍ୟାରୁ ଦୁରରେ ରଖାଯାଇ ପାରିବ ।

ଯଦି ଉପରେ ଲେଖାଥିବା ନିମ୍ନଲିଖିତ ମେଡିକାଲ କଣ୍ଡିସନ ଅଛି ତାହାଲେ ତୁରନ୍ତ ଡେରି ନକରି ଡାକ୍ତରଙ୍କୁ ଦେଖାନ୍ତୁ ।

Leave a Reply

Your email address will not be published. Required fields are marked *