କିଡ୍ନି ବିକ୍ରି ଘଟଣା ଗିରଫ ହେଲା ଅଭିଯୁକ୍ତ ସ୍ଵାମୀ 

ଫୋକସ ପ୍ଲସ(ମାଲକାନଗିରି)୪/୦୯/୨୦୨୨:ମହିଳାଙ୍କ ଅଜାଣତରେ ସ୍ଵାମୀ ତାଙ୍କ କିଡ୍ନି  ବିକି ଦେବା ଚର୍ଚ୍ଚିତ ଘଟଣାରେ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରି କୋର୍ଟ ଚାଲାଣ କଲା ମାଲକାନଗିରି ଆଦର୍ଶ ଥାନା ପୋଲିସ। ଅଭିଯୁକ୍ତ ସ୍ବାମୀ ପ୍ରଶାନ୍ତ କୁଣ୍ଡୁ ଏହି ଘଟଣା ପରେ ନିଜ ସ୍ତ୍ରୀକୁ ଛାଡି ବେଙ୍ଗାଲୋରରେ ରହୁଥିବା ବେଳେ ଖବର ପାଇ ମାଲକାନଗିରି ପୋଲିସର ଏକ ଟିମ ପ୍ରଶାନ୍ତଙ୍କୁ ସେଠାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ସୂଚନା ମୁତାବକ ଗତ ୧୨ ବର୍ଷ ପୂର୍ବେ ଏମ୍‌.ଭି.୩୮ ଗ୍ରାମର ପ୍ରଶାନ୍ତ କୁଣ୍ଡୁଙ୍କୁ ରଞ୍ଜିତା ପ୍ରେମ ବିବାହ କରିଥିଲେ ତେବେ ଏମାନଙ୍କର ଗୋଟିଏ କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ରହିଥିବା ବେଳେ ଗତ ୨୦୧୮ ମସିହାରେ ରଞ୍ଜିତାଙ୍କ ସ୍ବାସ୍ତ୍ୟ ଅବସ୍ଥା ଖରାପ ହେବାରୁ ଭୁବନେଶ୍ୱର ର ଏକ ଘୋରେଇ ହସ୍ପିଟାଲରେ ରକ୍ତ ପରୀକ୍ଷା କରାଇବା ବାହାନାରେ ଗୋଟିଏ କିଡ୍ନି ବିକ୍ରି କରି ଦେଇଥିବା ନେଇ ରଞ୍ଜିତା ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ କରଥିଲେ । ପୋଲିସ ଏନେଇ ୭୧/୨୨ରେ ମାମଲା ରୁଜୁ କରି ବେଙ୍ଗାଲୋରରୁ ପ୍ରଶାନ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।

 

ମାଲକାନଗିରି ରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ।

 

Leave a Reply

Your email address will not be published. Required fields are marked *