କିପରି ମିଳିବ କିଡ୍ନୀ ସମସ୍ୟାରୁ ରକ୍ଷା? ଜାଣନ୍ତୁ !

ଫୋକସ ପ୍ଲସ 9/3/2023(ବ୍ୟୁରୋ): ଆଜି ହେଉଛି ବିଶ୍ୱ କିଡ୍ନୀ ଦିବସ | ରକ୍ତକୁ ପରିଷ୍କାର ରଖିବା ଓ ଶରୀରରୁ ବର୍ଜ୍ୟବସ୍ତୁକୁ ବାହାର କରିବାରେ କିଡ୍ନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ସ୍ୱାସ୍ଥ୍ୟ ଯଦି ଭଲ ରୁହେ ଆଉ ଜୀବନ ଖୁସି ରୁହେ ତେବେ ଶରୀରର ପ୍ରତ୍ୟେକ ଅଙ୍ଗ ଠିକ୍ ଭାବରେ କାମ କରିବ। ତେବେ ରକ୍ତକୁ ପରିସ୍କାର ରଖିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ କିଡ୍‌ନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏନେଇ ଏହା ସୁସ୍ଥ ରହିବା ଆବଶ୍ୟକ ଏବଂ ଏହାର କାର୍ଯ୍ୟକଳାପ ଠିକ୍ ରହିବା ଜରୁରୀ। ତେବେ ଆଜି ବିଶ୍ୱ କିଡ୍‌ନୀ ଦିବସରେ କିଡ୍‌ନୀ ସହ ଜଡିତ କିଛି ସମସ୍ୟା ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଜାଣିବା -ଆଜିକାଲି କିଡ୍‌ନୀ ସମ୍ବନ୍ଧୀୟ ରୋଗ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହେଉଛି। କିନ୍ତୁ ଏହାର ଉପଚାର ମଧ୍ୟ ରହିଛି | ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଏଥି ପ୍ରତି ସଜାଗ ରହିବ ପାଇଁ ପରାମର୍ଶ ଦେଇଥାନ୍ତି |ଯଦି କିଡ୍‌ନୀ ରୋଗର ଉପଯୁକ୍ତ ଚିକିତ୍ସା ଠିକ୍ ସମୟରେ କରା ନ ଯାଏ ତେବେ ଡାଏଲିସିସ୍ କିମ୍ବା କିଡ୍‌ନୀ ପ୍ରତିରୋପଣ କରିବାକୁ ପଡେ। ଏହି କାମ ମଧ୍ୟ ବହୁତ ଜଟିଳ ଏବଂ ମହଙ୍ଗା ହୋଇଥାଏ। ଯଦି ଆମେ ଆମର ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସରେ ଉନ୍ନତି ଆଣିବା, ତେବେ ଏହା ହେବା ପୂର୍ବରୁ ଆମେ ଏହି ସମସ୍ୟାକୁ ରୋକି ପାରିବା। ତେବେ ଦର୍ଶକ ବନ୍ଧୁ ଜାଣନ୍ତୁ କାହିଁକି ଫେଲ୍ ହୁଏ କିଡ୍‌ନୀ- ଦେଶରେ କିଡ୍‌ନୀ ଫେଲ୍ ସମସ୍ୟା କ୍ରମାଗତ ଭାବେ ଦିନକୁ ଦିନ ବୃଦ୍ଧି ପାଉଛି। ତେବେ ଏହାର ଦୁଇଟି କାରଣ ଅତ୍ୟନ୍ତ ଭାବେ ସ୍ପଷ୍ଟ ରହିଛି – ମଧୁମେହ ଏବଂ ରକ୍ତଚାପ। ଏହି ଦୁଇଟି ରୋଗରେ ପୀଡିତ ଲୋକଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଉଛି। ପ୍ରତିବର୍ଷ ଆମ ଦେଶରେ ଏକ ଲକ୍ଷରୁ ଅଧିକ ଲୋକ କିଡ୍‌ନୀ ଫେଲ୍‌ର ଶିକାର ହୁଅନ୍ତି। ସେଥିରୁ ମାତ୍ର ୧୦ ରୁ ୧୫ ହଜାର ଲୋକ ଟ୍ରାନ୍ସପ୍ଲାଣ୍ଟ କରିପାରନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ଏହିପରି ଅନେକ ଲୋକଙ୍କୁ ଶୀଘ୍ର ମୃତ୍ୟୁ ହୋଇଥାଏ। ତେବେ ଅନ୍ୟ ରୋଗର କଣ ଆଶଙ୍କା ରହିଛି ଏହା ମଧ୍ୟ ଜାଣନ୍ତୁ -ଯଦି କିଡ୍‌ନୀ ସଠିକ୍ ଭାବରେ କାମ ନ କରେ ଏବଂ ରୋଗୀ ପ୍ରତିରୋପଣ କରିବାର ସ୍ଥିତିକୁ ଚାଲିଯାଏ, ତେବେ ଏହାର ବିକଳ୍ପ ହେଉଛି ଏକ ବୃକକ୍ ପ୍ରତିରୋପଣ। ଜଣେ ବ୍ୟକ୍ତି ଡାଏଲିସିସ୍ ଉପରେ ଅଧିକ ସମୟ ବଞ୍ଚିପାରେ ନାହିଁ। ଏହା ହାର୍ଟଆଟାଜ୍, ଟିବି, ହେପାଟାଇଟିସ୍ ଭଳି ଅନ୍ୟ ରୋଗର ଆଶଙ୍କା ବଢେଇଥାଏ। ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଯଦି କିଡ୍ନୀ ରୋଗରୁ ଦୂରେଇକି ରହିବାକୁ ଚାଁହୁଛନ୍ତି ତେବେ ଏବେଠାରୁ ସତର୍କ ରୁହନ୍ତୁ ଆଉ ନିଜର ବଜୀବନ ଶୈଳୀ ମଧ୍ୟ ବଦଳାନ୍ତୁ | ତେବେ ଯାଇ ଆପଣ ସୁସ୍ଥ ରହି ପାରିରେ ନହେଲେ ଆପଣ ମଧ୍ୟ କିଡ୍ନୀ ରୋଗର ହୋଇପାରନ୍ତି ଶିକାର |

Leave a Reply

Your email address will not be published. Required fields are marked *