କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ଆଖି ବୁଜିଲେ କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ ।ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ମଧ୍ୟ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।୧୯୮୩ ଦିନିକିଆ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ହେଉଛନ୍ତି ଗାଏକ୍ୱାଡ। ୧୯୭୫ ମସିହାଠାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ୪୦ ଟେଷ୍ଟ, ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି। ସେ ୧୯୭୫ ଓ ୧୯୭୯ ମସିହାରେ ଅନୁଷ୍ଠିତ ବିଶ୍ୱକପ୍‌ ଭାରତୀୟ ଦଳର ସଦସ୍ୟ ଭାବେ ମଧ୍ୟ ଖେଳିଥିଲେ।

୧୯୯୭ ମସିହାରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ ସମୟରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୱିକେଟ ଅକ୍ତିଆର କରି ଚର୍ଚ୍ଚାକୁ ଆସିଥିଲେ । ଗାଏକ୍ୱାଡଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିସିସିଆଇ ସମ୍ପାଦକ ଜୟ ଶାହ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। 

Leave a Reply

Your email address will not be published. Required fields are marked *