କୁକୁଡ଼ା ଝୋଳଟେ ହେଲେ ବିଦ୍ୟୁତ ସଂଯୋଗ ହବ

ଫୋକସ ପ୍ଲସ( ମାଲକାନଗିରି)୦୭/୦୯/୨୦୨୨: ଗାଁ ଠୁ ଆରମ୍ଭ କରି ସହର ସମସ୍ତ ଜନତା କିପରି ସରକାରି ସୁବିଧା ସଠିକ ଭାବେ ପାଇ ପାରିବେ ସେଥି ନିମନ୍ତେ ରାଜ୍ୟ ମୁଖିଆ ଅନେକ ଯୋଜନା କରିବା ସହ ଅନେକ ବେସରକାରୀ ସଂସ୍ଥା ଗୁଡିକୁ ମଧ୍ୟ ଦାଇତ୍ୱ ଦିଆ ହେଉଛି । ତେବେ ଏତେ ସବୁ ସୁବିଧା ଥାଇ ମଧ୍ୟ ଲୋକଙ୍କ ନିକଟରେ ପହଁଚି ପାରୁନି ସୁବିଧା । ଯାହା ଫଳରେ ଦୀର୍ଘ 2 ମାସରୁ ଉର୍ଦ୍ଧ ହେବ ଅନ୍ଧାରରେ ଜୀବନ କାଟୁଛନ୍ତି ଚିତ୍ରାଙ୍ଗପାଲି ପଞ୍ଚାୟତର 6 ଗ୍ରାମବାସି । ତେବେ ବିଜୁଳି ବିଭାଗ କର୍ମଚାରୀଙ୍କୁ କହିଲେ ସେମାନ ଙ୍କ ଦାବି ରହିଛି କୁକୁଡ଼ା ସାଙ୍ଗକୁ ତେଲ ଖର୍ଚ । ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ କୁକୁଡ଼ା ଦେଲେ ମିଳିବ ବିଜୁଳି |

ସମସ୍ତ ସରକାରୀ କିମ୍ବା ବେସରକାରୀ କାମ କଲେ କର୍ମଚାରୀ ଙ୍କୁ ସେମାନଙ୍କ ପାଉଣା ଦିଆ ହୋଇଥାଏ । କିନ୍ତୁ ମାଲକାନଗିରି ଜିଲ୍ଲା ବିଦ୍ୟୁତ ବିଭାଗ କର୍ମଚାରୀ ଗାଁ କୁ ଲାଇନ ଦେବା କୁ ଗଲେ ମାଗୁଛନ୍ତି କୁକୁଡ଼ା । ମାଲକାନଗିରି ଜିଲ୍ଲା ଚିତ୍ରାଙ୍ଗପାଲି ପଞ୍ଚାୟତର 6 ଗୋଟି ଗ୍ରାମରେ ଆଜକୁ ପ୍ରାୟ 2 ମାସରୁ ଉର୍ଦ୍ଧ ହେବ ଲାଇନ ନାହିଁ। ତେବେ ଏହି ଲାଇନ ଯୋଗା ଯୋଗ ପାଇଁ ବିଜୁଳି ବିଭାଗ ଅଧିକାରୀଙ୍କୁ ଫୋନ କଲେ ସେମାନେ ଗାଁ କୁ ଆସି କୁକୁଡ଼ା ସହ ତେଲେ ଖର୍ଚ ମାଗୁଛନ୍ତି । ଏହା ନ ଦେଲେ ଲାଇନ ଦେଉ ନାହାନ୍ତି କର୍ମଚାରୀ । ଏହା ବ୍ୟତୀତ ଗାଁ ରେ ଥିବା ଘର ଗୁଡିକୁ ଯାଇ ମିଟର ନ ଦେଖି ମନ ଇଛା ପଇସା ମାଗୁଛନ୍ତି ।

ଦୀର୍ଘ 2 ମାସ ରୁ ଉର୍ଦ୍ଧ ହେବ ଓରେଲଗୁଡା , ତଙ୍ଗଗୁଡା , ଗୁମକାଗୁଡା , କେସକାଗୁଡା , ଏନ୍ତାଗୁଡା ଗାଁରେ ଗ୍ରାମବାସୀ 2 ମାସରୁ ଉର୍ଦ୍ଧ ସମୟ ହେବ ଦେଖି ନାହାଁନ୍ତି ବିଜୁଳି ଆଲୋକ। ଫଳରେ ଗ୍ରାମବାସୀମାନେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା। ପିଲା ଡିବିରି ଆଲୁଅରେ ପଢୁଛନ୍ତି ପାଠ। ଗାଁ ର ମହିଳା ମାନେ ଅନ୍ଧାରରେ କରୁଛନ୍ତି ରୋଷେଇ। ରୋଗୀ ହେଉଛନ୍ତି ହନ୍ତସନ୍ତ। କୁନି କୁନି ଶିଶୁମାନେ ଗରମ ସହି ପାରୁନାହାନ୍ତି ଯାହାଫଳରେ ମାଆମାନେ ନିଜ ପିଲାକୁ ଗଛରେ ଦୋଳି ବାନ୍ଧି ଝୁଲେଇ ଝୁଲେଇ ଶୁଆଉଛନ୍ତି। ତେବେ ଉପାନ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ବିଜୁଳି ସଂଯୋଗ କରିବା ଯୋଜନା ର ଇଏ ହେଉଛି ନଗ୍ନ ଚିତ୍ର । ତେବେ କେବେ ଏହି ଗ୍ରାମବାସି ବିଜୁଳି ପାଇବେ ତାକୁ ହିଁ ଅପେକ୍ଷା ।

ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *